ରାୟଗଡ :-ତା. ୨୨/୦୬- ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା ,ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି କରାଯାଇ ଥିଲା ।
ଏହି କ୍ରମରେ ରାୟଗଡ଼ ରେଳ ଷ୍ଟେସନ୍ ନିକଟରେ ଥିବା ୨୪ x ୭ ରେଷ୍ଟୁରାଣ୍ଟ ରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନ ମାନର ଏବଂ ଅସ୍ଵାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିଲା । ତଦନ୍ତ ସମୟରେ ୩ ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା ।
ଏହା ପରେ ହୋଟେଲ କୈଲାଶ , ରାୟଗଡ ରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ଵାସ୍ଥ୍ୟକର ପରିବେଶ, ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ, ଚାଇନା ସାଲ୍ଟ ଦେଖିବାକୁ ମିଳିଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହା ପରେ ହୋଟେଲ ସାଇ ଇନ୍ଟରନ୍ଯାଶନାଲ ଏବଂ ବାର , ରାୟଗଡା ରେ ମଧ୍ୟ ଚଢାଉ କରାଯାଇଥିଲା । ବାର ର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରି ନ ଥିଲେ । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହି ଚଢାଉ ସମୟରେ ACSO , (Suhansa Bhoi), Food Inspector (Jyoti Prakash Soren), Sanitary Expert (Binay Bikram Parichha), Police ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ହୋଟେଲର ମାଲିକ ମାନଙ୍କୁ ସ୍ଵାସ୍ଥ୍ୟକର ଏବଂ ଉନ୍ନତ ମାନର ଖାଦ୍ୟ ପରଶିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟ
ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାନ ପରୀକ୍ଷା
- Hits: 14