ବ୍ରହ୍ମପୁର, ଜୁନ: ଟିପିଏସ୍ଓଡିଏଲ୍ ପକ୍ଷରୁ ଏହାର ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମତେ ଭଞ୍ଜନଗର, ଜୟପୁର, ଓ ରାୟଗଡ଼ା ଭଳି ସମସ୍ତ ସର୍କଲ ଅଫିସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ପଦେକ୍ଷପ ଯୋଗ ଦିବସର ଗ୍ଲୋବାଲ ଥିମ୍ - “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ନଜରରେ ରଖି କାର୍ଯ୍ୟକ୍ଷମ କରାଯାଇଛି । କର୍ମଚାରୀଙ୍କ ମଧ୍ୟରେ ସୁସ୍ଥତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଯୋଗାଭ୍ୟାସ କରାଯାଇଛି।
ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଏକାଗ୍ରତା ବୃଦ୍ଧି ଓ ସାମଗ୍ରିକ ସ୍ୱାସ୍ଥ୍ୟର ବିକାଶ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଆସନ ଓ ପ୍ରାଣାୟାମ ପଦ୍ଧତି ସାମିଲ ଥିଲା । ଉଭୟ ଶାରିରୀକ ଓ ମାନସିକ ସ୍ଵାସ୍ଥ୍ୟ ଧ୍ୟାନ ରଖିବା ଦ୍ଵାରା କର୍ମଚାରୀମାନେ କିଭଳି ଏକ ଖୁସି ଓ ନିରାମୟ ଜୀବନ ଯାପନ କରିପାରିବେ ସେ ଦିଗରେ ଧ୍ୟାନ ଦିଆଯାଇଥିଲା । ଏହି ପଦକ୍ଷେପ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଟିପିଏସ୍ଓଡିଏଲ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, " କମ୍ପାନୀ କାର୍ଯ୍ୟରତ କର୍ମଚାରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେଉଛି । ଯୋଗାଭ୍ୟାସ ଏକ ପ୍ରାଚୀନ ପଦ୍ଧତି ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖେ । କର୍ମଚାରୀମାନଙ୍କୁ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରି ଆମେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ କାର୍ଯ୍ୟକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନର ସନ୍ତୁଳନ ଆଣିବାକୁ ପ୍ରୟାସ କରୁଛୁ ।ଆମେ ସେମାନଙ୍କ ସୁସ୍ଥତା ପ୍ରତି ପ୍ରତିବଦ୍ଧ ଓ ସମସ୍ତ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିପାରିଥିବାରୁ ଆନନ୍ଦିତ ।"
ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ମାଧ୍ୟମରେ କମ୍ପାନୀ ନିଜ କର୍ମଚାରୀମାନଙ୍କ ସୁସ୍ଥ ଜୀବନଶୈଳୀ ପ୍ରତି ନିବିଡ଼ ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଏପରି କାର୍ଯ୍ୟକ୍ରମଗୁଡିକୁ ଭବିଷ୍ୟତରେ ମଧ୍ୟ ଜାରି ରଖିବାକୁ ଯୋଜନା କରୁଛି । ଯାହା ଏକ ସୁସ୍ଥ ଓ ସୁଖମୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବ।