ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ବିଶ୍ୱ ଯୋଗ ଦିବସ। ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ ଗୁରୁ ଅନନ୍ତ ପଣ୍ଡା ଯୋଗ ଦେଇ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ପ୍ରମୁଖ ଙ୍କୁ ଯୋଗର ବିଭିନ୍ନ ଆସନମାନ କରାଇବା ସହ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଦ୍ୱାରା ସ୍ବାସ୍ଥ୍ୟ ପ୍ରତି ଉପକାର ବିଷୟରେ ବୁଝାଇଥିଲେ। ବିଶ୍ଵବିଦ୍ୟାଳୟ ପ୍ରୋ ଚାନ୍ସେଲର ପ୍ରଫେସର୍ ଲଳିତ ମୋହନ ପଟ୍ଟନାୟକ, କୁଳପତି ପ୍ରଫେସର୍ ଏ ଭି ଏନ୍ ଏଲ୍ ଶର୍ମା, ରେଜିଷ୍ଟ୍ରାର ପ୍ରଫେସର ଏନ ଭି ଜେ ରାଓ, ସ୍କୁଲ ଅଫ ଇଞ୍ଜିନିୟରିଂର ଡିନ ଡ. ଡୁଲୁ ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର , ପ୍ରଫେସର୍ ଆଶିଷ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିବିରକୁ ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ , ଡ ପ୍ରେମାନସୁ ଶେଖର ରଥ, ଓ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

 

0
0
0
s2sdefault