ହେଡଲାଇନସ୍:

ବିଧାୟିକା ଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତା ଅବରୋଧ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହେବନି ଜବର ଦଖଲ ଉଚ୍ଛେଦ :- ବିଧାୟିକା ବର୍ଷା

ପଦ୍ମପୁର :- ପାଇକମାଲ - ଝାରବନ୍ଧ ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି କରା ଯାଇଥିଲା। ପରେ ସଡକ ପଡା ବାସୀ ବର୍ଷା ସମୟରେ ଉଚ୍ଛେଦ ନ କରିବା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ ହେଁ ପ୍ରଶାସନ ଶୁଣି ନଥିଲା। ବାଧ୍ୟ ହୋଇ ଆଜି ପାଇକମାଲ ସଡକ ପଡା ବାସୀ ଅପରାହ୍ନ ରୁ ପାଇକମାଲ-ଝାରବନ୍ଧ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଅତିରିକ୍ତ ତହସିଲଦାର ପହଂଚି ଥିଲେ। ସ୍ଥାନୀୟ ବିଧାୟିକା ପ୍ରଶାସନ ଏତେ ନିର୍ଦୟ କାହିଁକି? ଏ ବର୍ଷା ସମୟରେ କୌଣସି ପରିସ୍ଥିତିରେ ଉଚ୍ଛେଦ କରାଯିବ ନାହିଁ ବୋଲି ଉପସ୍ଥିତ ପ୍ରସାଶନିକ ଅଧିକାରୀଙ୍କୁ ରୋକ ଠୋକ ମନା କରି ଦେଇଥିଲେ ଓ ପରେ ସନ୍ଧ୍ୟାରେ ରାସ୍ତା ଅବରୋଧ ରୁ ହଟିଥିଲେ ପଡାବାସୀ।

0
0
0
s2sdefault