"ଶିଶୁ ଶ୍ରମ ମୁକ୍ତ ଓଡ଼ିଶା - ଆମର ସଂକଳ୍ପ"
ନବରଙ୍ଗପୁର ତା ୧୯.୬.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ, ଶିଶୁ ଶ୍ରମିକ ମାନଙ୍କୁ ଯେକୌଣସି କାର୍ଯ୍ୟ ବା ବୃତ୍ତିରେ ଓ କିଶୋର ଶ୍ରମିକ ମାନଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜନ କରିବା ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା ଅତିରିକ୍ତ ଜିଲାପାଳ (ରାଜସ୍ବ) ବିଶ୍ୱଜିତ ବର୍ମନ୍ଙ୍କ ସଭାପତିତ୍ୱ ରେ ମିଶନ ଶକ୍ତି ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶିଶୁ ଶ୍ରମିକ ମାନଙ୍କୁ ଯେପରି କାର୍ଯ୍ୟରେ ନିୟୋଜିତ କରା ନ ଯିବ ,ସେଥିନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ, ଉଦ୍ଧାର କାର୍ଯ୍ୟ, ଉଦ୍ଧାର ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ, ସାକ୍ଷ୍ୟ ସଂଗ୍ରହ, ଉଦ୍ଧାର ହୋଇଥିବା ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ଥଇଥାନ ତଥା ଦକ୍ଷତା ବିକାଶ ଓ ସ୍କୁଲ ଛାଡ଼ିଥିବା ଶିଶୁ/କିଶୋର ମାନଙ୍କୁ ପୁନର୍ବାର ସ୍କୁଲକୁ ଫେରାଇ ଅଣାଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜନ ସଚେତନତା ପାଇଁ ପ୍ରତି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସହରର ମୁଖ୍ୟ ଜାଗା ମାନଙ୍କରେ ୱାଲ ପେଣ୍ଟିଂ କରିବାକୁ ନିଷ୍ପତି ନିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବି ଡି ଓ ମାନଙ୍କୁ ଏହି ଶିଶୁ ଶ୍ରମିକ ନିରାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ କରିବାପାଇଁ କହିଥିଲେ।
ଉକ୍ତ ସଚେତନତା ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର,ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୁଆଁ,ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ୍ୟା ଅଜନ୍ତା ଶୁଭଦର୍ଶୀନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଶିଶୁ ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କଂହର, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ସିଡିପିଓ, ଏନ୍ ଜି ଓ କର୍ମକର୍ତ୍ତା,ଶ୍ରମିକ ଟ୍ରେଡ ୟୁନିଅନ କର୍ମକର୍ତା ଯୋଗ ଦେଇଥିଲେ। ପ୍ରାୟତ ଶିଶୁ ଶ୍ରମିକ ବୃଦ୍ଧି ର କାରଣ ଦାରିଦ୍ର୍ୟ,ପରିବାର ର ସ୍ୱଳ୍ପ ଆୟ, ଉପଯୁକ୍ତ ଶିକ୍ଷା ର ଅଭାବ, ବହୁ ସନ୍ତାନ,ପିଲା ର ପାଠ ପ୍ରତି ଅନାଗ୍ରହ ଯୋଗୁଁ ହୋଇଥାଏ।ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ସୁଚନା ଅନୁସାରେ ଗତ ବର୍ଷ ଜିଲ୍ଲାରେ ୭ ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି ଏବଂ ଚଳିତ ବର୍ଷ ଜୁଲାଇ ୧ ତାରିଖ ରୁ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଚଢ଼ାଉ କରାଯିବ।ବିଭିନ୍ନ ଗ୍ୟାରେଜ,ହୋଟେଲ, ଚା ଷ୍ଟଲ, ବ୍ୟବସାୟିକ ସ୍ଥାନରେ ଯଦି କୌଣସି ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଦେଖାଯାଏ, ତେବେ ଅବିଳମ୍ବେ ଜିଲ୍ଲା ଶ୍ରମ ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳ ଙ୍କୁ ଅବଗତ କରା ନ୍ତୁ । ଏତଦ୍ ବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ୱର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରନ୍ତୁ।