ଆଲୋକ ଓଜେଇ ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଟପ୍ପର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ସନ୍ନିକଟ ବନ୍ଧା ଭୁଇଁ ଗାଆଁର ପ୍ରମୋଦ ସାହୁଙ୍କ ପୁଅ ଆଲୋକ ସାହୁ ଓଜେଇ ପରୀକ୍ଷାରେ ନୟାଗଡ଼ ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ବାହାଡାଝୋଲା ଶିକ୍ଷା କ୍ଷେତ୍ରରେ ଅନଗ୍ରସର ହୋଇ ରହିଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଆଲୋକଙ୍କ ସଫଳତା ସମସ୍ତଙ୍କ ସନ୍ଦେହରେ ପୂର୍ଣ୍ଣଛେଦ ପକାଇଛି । ଏହି ସଫଳତାରେ କେବଳ ଓଡ଼ଗାଁ କିମ୍ବା ବାହାଡାଝୋଲା ଅଞ୍ଚଳ ନୁହେଁ, ସମଗ୍ର ନୟାଗଡ଼ ଜିଲ୍ଲାରୁ ଶୁଭେଚ୍ଛାର ଶୁଅଛୁଟୁଛି ତାଙ୍କ ନିକଟକୁ । ଏକ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିବା ଆଲୋକ ପାଠପଢା ସହିତ ଇଲେକ୍ଟ୍ରିକ୍ ଓ୍ବାରିଙ୍ଗ ସହିତ ଓ୍ବାଟର ପିରିଫିୟର କାର୍ଯ୍ୟ କରି ପରିବାର ଗୁଜୁରାଣ ମେଣ୍ଟାଇବା ସହିତ ନିଜର ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ସେ ବର୍ତମାନ ଚାହୁଁଥିବା ଟେକ୍ନିକାଲ ବିଟେକ୍ ପାଠ ପଢିବା ନିମନ୍ତେ ସୁଯୋଗ ପାଇପାରିବେ ବୋଲି ଜଣାପଡ଼ିଛି ।

0
0
0
s2sdefault