ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ସ୍ଥାପନା ଦିବସ ଓ ଅଲୈ|କିକ ଜନ୍ମ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର,ତା-୧୬.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ସିପି ଗ୍ରାମରେ ସ୍ଥିତ ବ୍ରହ୍ମା କୁମାରୀ ଗୀତାପାଠଶାଳା ବିଶ୍ଵଶାନ୍ତି ଭବନଠାରେ ଜଗତସିଂହପୁର ରେ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ର ୪୦-ତମ ସ୍ଥାପନା ଦିବସ, ବ୍ର.କୁ. ମିହିର ଭାଇଙ୍କ ୪୦-ତମ ଅଲୈ|କିକ ଜନ୍ମ ଦିବସ ତଥା ବ୍ର.କୁ.ପ୍ରକାଶ,ବ୍ର.କୁ.ସୁଶ୍ରୀ, ନୟାଶ,କ୍ରିସିବ୍ ଙ୍କ ଅଲୈ|କିକ୍ ଜନ୍ମ ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ୪୦୦ ରୁ ଉର୍ଦ୍ଧ୍ବ ଭଉଣୀ ଭାଇମାନଙ୍କର ଉପସ୍ଥିତି ଥିଲା। ମୂଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମା କୁମାରୀ ସବ୍-ଜୋନ୍,କଟକ ର ଅତିରିକ୍ତ ନିର୍ଦ୍ଦେଶୀକା ରାଜଯୋଗିନୀ ବ୍ର.କୁ. ସୁଲୋଚନା ଭଉଣୀ ଆଧ୍ୟାତ୍ମିକ ପ୍ରେମୀଙ୍କୁ ସମୟର ଆହ୍ବାନ ସମ୍ବନ୍ଧରେ ସଚେତନ କରାଇଥିଲେ।
ଅନ୍ୟତମ ଅତିଥିଭାବେ ସବ୍-ଜୋନ୍, କଟକର ବରିଷ୍ଠ ଭ୍ରାତା ବ୍ର.କୁ. ନଥମଲ୍ ଭାଇ,ବ୍ର.କୁ.ମୋହନ୍ ଭାଇ , ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲ ର ମୂଖ୍ୟ ପ୍ରଶାସିକା ବ୍ର.କୁ. ପ୍ରତିଭା, ଜଗତସିଂହପୁର ସେବାକେନ୍ଦ୍ର ର ସଞ୍ଚାଳିକା ବ୍ର.କୁ. ସାଗରିକା, ପାରାଦୀପ ସେବାକେନ୍ଦ୍ର ର ସଞ୍ଚାଳିକା ବ୍ର.କୁ. ସୂମନ, ଚମ୍ପୁଆ ସେବାକେନ୍ଦ୍ର ର ସଞ୍ଚାଳିକା ବ୍ର. କୁ. ସୈ|ଦାମିନୀ, କୁଜଙ୍ଗ ସେବାକେନ୍ଦ୍ର ର ସଞ୍ଚାଳିକା ବ୍ର.କୁ. ସ୍ବାତୀ, ତିର୍ତ୍ତୋଲ କେନ୍ଦ୍ର ସଞ୍ଚାଳିକା ବ୍ର .କୁ.ପ୍ରଭା ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ଆବାହକ ତଥା ବିଶ୍ଵଶାନ୍ତି ଭବନ ଗୀତାପାଠଶାଳା ର ସଞ୍ଚାଳକ ବ୍ର.କୁ. ମିହିର ପରମାତ୍ମାଙ୍କ ପ୍ରଦତ୍ତ ଅଲୈ|କିକ ଜନ୍ମର ଅସରନ୍ତି ଖୁସିର ପ୍ରେରଣା ଯୋଗାଇଥିଲେ। ସଂଗୀତ ନିର୍ଦ୍ଦେଶକ ବ୍ର.କୁ. ସୁଧିର ଧନ୍ୟବାଦ୍ ଦେବାସହ କୁଜଙ୍ଗ ସେବାକେନ୍ଦ୍ର ର ବରିଷ୍ଠ ଭ୍ରାତା ବ୍ର.କୁ. ରମେଶ ,ବ୍ର. କୁ.ସୋନୁ,ବ୍ର.କୁ.ଚିନୁ, ବ୍ର.କୁ. ଉର୍ମିଳା,ବ୍ର.କୁ. ସ୍ଵରାଜ୍ୟପ୍ରଭା,ବ୍ର.କୁ. କୁନି, ଡ଼ଲି, ବ୍ର.କୁ. ହରି,ବ୍ର.କୁ. ଶାରଦା,ବ୍ର.କୁ.ବିଦ୍ୟାଧର, ବ୍ର.କୁ. ପ୍ରଭୁ ପ୍ରସାଦ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault