ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ଶନିବାର ୭ମ ଦିନରେ ୩ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବ୍ରଦର୍ଶ ଇଲେଭେନ, ସ୍କାଏ ଓ୍ବାକର୍ସ ସହିତ ଓଡ଼ଗାଁ ସୁପର କିଙ୍ଗସ୍ ଦଳ ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚରେ ଡାଇନୋମିକ କିଙ୍ଗସ୍ ଟସଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ବିକେଟ ହରାଇ ୬୫ ରନ୍ ସଂଗ୍ରହ କରିକାକୁ ସକ୍ଷମ ହୋଇଥିବା ବେଳେ ବ୍ରଦର୍ଶ ଇଲେଭେନ ୧୦ ଓଭରରେ ୫ ଓ୍ବିକେଟରେ ୬୭ ରନ୍ ସଂଗ୍ରହ କରି ମ୍ୟାଚକୁ ଜିତିଯାଇଥିଲେ । ବିଜୟୀ ଦଳର ବବୁଲ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଦ୍ବିତୀୟ ମ୍ୟାଚରେ ସ୍କାଏ ଓ୍ବାକର୍ସ ଟସଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ବିକେଟ ବିନିମୟରେ ୧୩୯ ରନ୍ ସଂଗ୍ରହ କରିଥିଲେ । ଏହାର ପ୍ରତିବଦଳରେ ହାପି ଇଲେଭେନ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୬୧ ରନ୍ ସଂଗ୍ରହ କରି ପରାଜୟ ସ୍ବୀକାର କରିଥିଲେ । ବିଜୟୀ ଦଳ ସ୍କାଏ ଓ୍ବାକର୍ସର ପ୍ରେମା ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ସେହିପରି ତୃତୀୟ ମ୍ୟାଚରେ ଲେଜେଣ୍ଡ ଇଲେଭେନ ଏମ୍ପରର ଟସଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ଗାଁ ସୁପର କିଙ୍ଗସ୍ ନିର୍ଦ୍ଧାରିତ ୧୦ ଓଭରରେ ୮ ଓ୍ବିକେଟ ବିନିମୟରେ ୧୩୧ ରନ୍ ସଂଗ୍ରହ କରିଥିଲେ । ତେବେ ଲେଜେଣ୍ଡ ଇଲେଭେନ ଏମ୍ପରର ୧୦ ଓଭରରେ ୪ ଓ୍ବିକେଟ ହରାଇ ୧୦୫ ରନ୍ ସଂଗ୍ରହ କରି ୨୬ ରନ୍ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ବିଜୟୀ ଦଳ ଓଡ଼ଗାଁ ସୁପର କିଙ୍ଗସର ରମେଶ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ରୋହନ, ଅମିତ୍, କିଶନ, ଚନ୍ଦନ, ରାଜେଶ ଓ ମିଥୁନ ଖେଳ ପରିଚାଳନା କରିଥିବା ବେଳେ ଖେଳ ମଣିଷ ରଘୁନାଥ ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଦିବାକର ନାୟକଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।
ରାଜ୍ୟ
୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ ୨୦୨୫ର ୭ମ ଦିନ: ବ୍ରଦର୍ଶ ଇଲେଭେନ, ସ୍କାଏ ଓ୍ବାକର୍ସ, ଓଡ଼ଗାଁ ସୁପର କିଙ୍ଗସ୍ ବିଜୟୀ,
- Hits: 230