ଜଗତସିଂହପୁର,ତା-୩୧.୦୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ତହସିଲ ତହସିଲଦାର ତାରେଣୀ ରଞ୍ଜନ ରାଏଙ୍କୁ ଆଜି ତହସିଲ କର୍ମଚାରୀ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରକାଶ ପାଇଛି , ଏହି ତହସିଲରେ ପ୍ରାୟ ଦୁଇବର୍ଷ ଧରି ତହସିଲଦାର ଭାବେ ତାରେଣୀ ରଞ୍ଜନ ରାଏ ନିଜ ନିଜ ପ୍ରଶାସନିକ କାର୍ଯ୍ୟ ଦକ୍ଷତାର ସହିତ ଦାୟିତ୍ଵ ତୁଲାଇ ସ୍ଥାନୀୟ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ । ଦିନ ସରକାରଙ୍କ ବଦଳି ଆଦେଶ ବଳରେ ସେ ୨୦ ତାରିଖ ଦିନ ଜଗତସିଂହପୁରରୁ କଟକ ଜିଲ୍ଲା ନିଆଳି ତହସିଲରେ ତହସିଲଦାର ଭାବେ ଯୋଗ ଦେଇଛନ୍ତି। ସେହିପରି ଏହି ସରକାରୀ ଆଦେଶ ବଳରେ ତାଙ୍କ ସ୍ଥାନରେ ନାଉଗାଁ ତହସିଲରେ କାର୍ଯ୍ୟରତ l ତହସିଲଦାର ଅଜୟ କୁମାର ମହାନ୍ତି ଜଗତସିଂହପୁରର ନୂତନ ତହସିଲଦାର ଭାବେ ଦାୟିତ୍ଵ ବହନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଅପରକ୍ଟରେ ତହସିଲ । କର୍ମଚାରୀମାନେ ତାରେଣୀ ରଞ୍ଜନ ରାଏଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ I କତେକେ କର୍ମଚାରୀ ତାଙ୍କ ସୁଶାସନ ସମ୍ପର୍କରେ ମତ ରଖୁଥିଲେ । ଅନ୍ୟ ପକ୍ଷରେ ନୂତନ ତନ ତହସିଲଦାର ଅଜୟ କୁମାର ମହାନ୍ତିଙ୍କୁ ଉପସ୍ଥିତ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ଶ୍ରୀ ମହାନ୍ତି ପ୍ରଶାସନିକ କ୍ଷେତ୍ରରେ କର୍ମଚାରୀମାନଙ୍କ ସହଯୋଗ ଆଶା କରିଥିଲେ । ଏଠାରେ ସୂଚନାଯୋଗ୍ୟ ନୂତନ ତହସିଲଦାର ଅଜୟ କୁମାର ମହାନ୍ତି ଏହି ଜିଲ୍ଲାରେ ଦୀର୍ଘବର୍ଷ ଧରି ବିଭିନ୍ନ ପଦ ପଦବୀରେ ଦକ୍ଷତାର ସହିତ ପ୍ରଶାସନିକ କାର୍ଯ୍ୟ ତୁଲାଇଥୁନାରୁ ରାଜନେତା ମାନଙ୍କ ତାଙ୍କ ପ୍ରତି ଅଧୂକ ଭରଷା ରହିଥିବା ଶୁଣିବାକୁ ମିଳୁଛି । ଆହୁରି ମଧ୍ୟ ନୂତନ ତହସିଲଦାର ଶ୍ରୀ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବାରୁ ସେ କିପରି ଜନ ସାଧାରଣଙ୍କୁ ପ୍ରଶାସନିକ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଆଗାମୀ ଭବିଷ୍ୟତ କହିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
ରାଜ୍ୟ
ଜଗତସିଂହପୁର ତହସିଲଦାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ ନୂତନ ତହସିଲଦାରଙ୍କୁ ସ୍ୱାଗତ
- Hits: 94