ଜଗତସିଂହପୁର,ତା-୨୫.୦୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲାର ଅସହାୟ ଶିଶୁଙ୍କ ଆଧାର କାର୍ଡ ପଞ୍ଜୀକରଣ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ସାଥି ନାମକ ଏକ କମିଟି ଗଠନ କରାଯାଇଛି । ଏହି କମିଟିର ସଦସ୍ୟମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ରବିବାର ଏକ ବୈଠକ ଆୟୋଜିତ ହୋଇଯାଇଛି । ଆଇନ ସେବା ପ୍ରାଧୀକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉପ ଆରକ୍ଷୀ ଅଧିକ୍ଷକ, ସମସ୍ତ ତହସିଲଦାର, ଶିଶୁ ଆଶ୍ରମର କର୍ମକର୍ତା, ଆଇନଜୀବୀ ଏବଂ ପାରା ଲିଗାଲ ସ୍ଵେଛାସେବୀମାନେ ଯୋଗ ଦେଇଥିଲେ । ସାଥି ନାମକ ଏହି ଅଭିଯାନ ଅନୁଯାଇ ମେ ୨୬ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ୧୮ ବର୍ଷ ବୟସରୁ କମ୍ ଯେଉଁ ଶିଶୁମାନେ ଆଧାର କାର୍ଡରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବା ସହ ସ୍ଵତନ୍ତ୍ର ଆଧାର ପଞ୍ଜୀକରଣ ଶିବିର ମାଧ୍ୟମରେ ଆଧାର ପଞ୍ଜୀକରଣ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୂକ୍ତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ । ସମସ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରଚେଷ୍ଟାରେ ଏହି ଅଭିଯାନର ସଫଳ ରୂପାୟନ ହୋଇପାରିବ ବୋଲି ସଚିବ କହିଥିଲେ । ଯଦି କୌଣସି ଏପରି ଅସହାୟ ଶିଶୁ ଆଧାର କାର୍ଡରୁ ବଞ୍ଚିତ ହୋଇଛନ୍ତି ତେବେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।
ରାଜ୍ୟ
ଜିଲା ସାଥୀ ୟୁନିଟ୍ ବୈଠକ
- Hits: 33