ହେଡଲାଇନସ୍:

କେନ୍ଦୁଝରରେ ଗାଁ ଆମ୍ବପସରାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା ୨୪/୫- କେନ୍ଦୁଝର ସଦର ମହକୁମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଓରମାସ ପକ୍ଷରୁ କେନ୍ଦୁଝର ଗାଁ ଆମ୍ବପସରା ପ୍ରଦର୍ଶନୀ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଗ୍ରାମ୍ୟ ଉନ୍ନୟନ ଓ ଜିଲ୍ଲା ପରିଷଦ ଶ୍ରୀ କୁମାର ନାଗଭୂଷଣ ଏବଂ ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ଶ୍ରୀ ଅଶୋକ ସେନାପତି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଡି ଏସ ସୁଭଦର୍ଶୀ ଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମଇ ମାସ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଦସେରି, ଆମ୍ରପଲ୍ଲୀ, ମଲ୍ଲୀକା, ଆଲ୍‌ଫୋନ୍‌ସୋ, ଲାଲସୁନ୍ଦରୀ, ବାଙ୍ଗନପାଲ୍ଲୀ, ହିମସାଗର, କ୍ଷୀରସାଗର, ଲେଙ୍ଗ୍ରା, ଜାତୀୟ ଉନ୍ନତ ଆମ୍ବ ସୁଲଭ ଦରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି, ତେଲକୋଇ, ଘଟଗାଁ, ବାଂଶପାଳର କାଞ୍ଜିପାଣି ଫାର୍ମସ ପ୍ରଡ୍ୟୁସର କମ୍ପାନୀ, ମା‘ ଲକ୍ଷ୍ମୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ, ସମାକୋଇ ମହିଳା ଫାର୍ମସ ପ୍ରଡ୍ୟୁସର କମ୍ପାନୀ, ତେଲକୋଇ ପ୍ରଗତିଶୀଳ ଚାଷୀ ଅଲେଖ ନାୟକଙ୍କ ପକ୍ଷରୁ ଚାରୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଏହି ଆମ୍ବ ବିକ୍ରୟ କରାଯାଉଛି, ଚଳିତବର୍ଷ ଏହି ପ୍ରଦର୍ଶନୀ ଓ ବିକ୍ରୟ ସମୟ ମଧ୍ୟରେ ପାଞ୍ଚ ଟନରୁ ଉର୍ଧ୍ଵ ଆମ୍ବ କେନ୍ଦୁଝର ସହର ଖାଉଟିଙ୍କୁ ଯୋଗାଇ ଦିଆଯିବ ବୋଲି ଓରମାସ ଯୁଗ୍ମ କାର୍ଯ୍ୟନିର୍ବାହୀ ଶ୍ରୀ ସପନ ଗୋସ୍ୱାମୀ ପ୍ରକାଶ କରିଛନ୍ତି, ଏ ଅବସରରେ ଉପ ନିର୍ଦ୍ଦେଶକ ଉଦ୍ୟାନକୃଷି ବିଭାଗ, କେନ୍ଦୁଝର ଶ୍ରୀ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନକୃଷି ଶ୍ରୀ ଗୋବିନ୍ଦ ଚଦ୍ର ମେହେର, ଉପସ୍ଥିତ ଥିଲେ। ପ୍ରକଳ୍ପ ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ପଟ୍ଟନାୟକ କମରସିଆଲ ମ୍ୟାନେଜର ଗାୟତ୍ରୀ ପରିଡା, ଶୁଚିସ୍ମିତା ଦାସ, ଲକ୍ଷ୍ମୀଧର ମିଶ୍ର, ଭରତ ମହାନ୍ତ ପ୍ରମୁଖ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି। ଏ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶ୍ରେଷ୍ଠ ମାଷ୍ଟର ବୁକ କିପର ଭାବେ ହରିଚନ୍ଦନପୁର ବ୍ଲକର ସସ୍ମିତା ମାଝୀ, ସଦର ବ୍ଲକ ର ଅମିତା ନାଇକଙ୍କୁ ଓଏମସି ଏବଂ ଓରମାସ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା।

0
0
0
s2sdefault