ହେଡଲାଇନସ୍:

ପୋଖରୀରେ ବୁଡି ମହିଳା ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା(୧୬/୫/୨୫) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ ନିକଟ ଭାଲୁଗୁଡା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ମହିଳା ର ମୃତ୍ୟୁ ଘଟିଛି |ମୃତ ମହିଳା ଭାଲୁଗୁଡ଼ା ଗ୍ରାମର ଗୁରୁବାରି ଭତରା (୪୦)ବୋଲି ଜଣା ପଡିଛି। ଡାବୁଗାଁ ଥାନା ଅନ୍ତର୍ଗତ ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ ନିକଟ ଭାଲୁଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ ଝିଅ ଗୁରୁବାରୀ ଭତ୍ରା (୪୦) ଆଜି ସକାଳ ପ୍ରାୟ ସାଢେ଼ ୭ ଘଣ୍ଟ ସମୟରେ ଗ୍ରାମ ନିକଟ ରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା | ତେବେ ଅସାବଧାନତା ଯୋଗୁ ଗୁରୁବାରି ର ଗାଧୋଇବା ସମୟରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ | ସକାଳ ୯ ଘଣ୍ଟ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଗ୍ରାମର ଜଣେ ଯୁବକ ଜମିକୁ ଯିବା ସମୟରେ ପୋଖରୀରେ ଜଣେ ମୁହଁ ମାଡି ଭାସୁଥିବାର ଦେଖିଥିଲେ | ପାଖ ଜମିରେ ହଳ କରୁଥିବା ମୃତ ମହିଳା ଙ୍କ ବାପା ଦାମୁ ଭତ୍ରା ଙ୍କୁ ଖବର ଦେଇଥିଲା | ସଙ୍ଗେ ସଙ୍ଗେ ଦାମୁ ଭତ୍ରା ଓ ଅନ୍ୟ ମାନେ ପୋଖରୀ ପାଖକୁ ଆସି ମହିଳା ଙ୍କୁ ଉଦ୍ଧାର କରି ପୋଖରୀ ହୁଡା କୁ ଆଣି ଦେଖିଥିଲେ ଯେ ଗୁରୁବାରୀ ର ମୃତ୍ୟୁ ଘଟିଛି | ଏନେଇ ମୃତକ ର ସାନ ଭାଇ ଉଲଧର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେଶ ନ ୧୬/୨୫ ରୁଜୁ କରିଥିଲେ |ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଥିଲା |

0
0
0
s2sdefault