ବିଜେପୁର :-ଦୀର୍ଘ ୭୭ବର୍ଷ ପରେ ବି ଘେଁସ ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କୌଣସି ପ୍ରକାର ଉନ୍ନତି ହୋଇ ପାରିନାହିଁ I ଯଦ୍ବାରା ଅଞ୍ଚଳର ଜନସାଧାରଣଙ୍କୁ ଚିକିତ୍ସା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ, ସାଂସଦ ଓ ବିଧାୟକଙ୍କ ଦ୍ବାରସ୍ଥ ହୋଇଛନ୍ତି l ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ l ତେଣୁ ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ କରିବାପାଇଁ ସରକାରଙ୍କ ଠାରେ ଦୃଢ଼ ଦାବି କରାଯାଇଛି l ଏହା ବ୍ୟତୀତ ଘେଁସ ତଥା ଆଖପାଖ ଅଞ୍ଚଳରେ ଜଘନ୍ୟ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଠାରେ ଲୋକ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି l
ଏନେଇ ଅଞ୍ଚଳବାସୀ
ଦୀର୍ଘ ବର୍ଷରୁ ଏକ ନୂତନ ଥାନା ପାଇଁ ଦାବି କରି ଆସୁଛନ୍ତି l କିନ୍ତୁ ସରକାର ଘେଁସବାସୀଙ୍କ ଦାବି ପ୍ରତି ଦୃଷ୍ଟି ଦେଉନାହାନ୍ତି l ପ୍ରକାଶଥାଉକି ଅଞ୍ଚଳଟି ମଧ୍ୟ ମାଓ ପ୍ରଭାବିତ ଅଟେ l ଘେଁସ ନିକଟସ୍ଥ ହଳଦିଆ ଡୁଙ୍ଗୁରି, ମଲେଇଖମନ ଜଙ୍ଗଲ, ସୁକଲତେର୍ମା ଜଙ୍ଗଲ ଓ କେର୍ମେଲି ଜଙ୍ଗଲରେ ବିଭିନ୍ନ ସମୟରେ ମାଓବାଦୀଙ୍କ ଚଳପ୍ରଚଳ ରହିଥାଏ l ଏଣୁ ଥାନା ପ୍ରତିଷ୍ଠା ହେଲେ ଆଇନଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ଲୋକେ ନିଶ୍ଚିନ୍ତ ହୋଇପାରିବେ l ଏସବୁ
ସମସ୍ୟା ସମାଧାନ ପାଇଁ ଘେଁସ ଅଞ୍ଚଳବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି l ଏଥିପାଇଁ ଆଜି ଶୁକ୍ରବାର ସକାଳ ୬ ଟା ରୁ ମଧ୍ୟାହ୍ନ ୨ ଟା ପର୍ଯ୍ୟନ୍ତ ଘେଁସ ସ୍ଥିତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା l
ରାଜ୍ୟ
ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନା ପାଇଁ ଦାବି, ଆଜି ୬ ଘଣ୍ଟିଆ ଘେଁସ ବନ୍ଦ
- Hits: 508