ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧ୍ୟାରେ ସୋନପୁର ଜିଲ୍ଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି । ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସଏଚଜି ଗୃପଠାରୁ ସବସିଡି ଟଙ୍କା ମଞ୍ଜୁରି ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରର ଏକ ଭିଜିଲାନ୍ସ ଟିମ ଓଡ଼ଗାଁ ସ୍ଥିତ ତାଙ୍କ ବାପା: ଧରମା ପ୍ରଧାନ ୨ ମହଲା ବିଶିଷ୍ଟ ଅଟ୍ଟାଳିକାରେ ସନ୍ଧ୍ୟା ୬ ରୁ ରାତି ୯ ଘଣ୍ଟା ପର୍ଯ୍ୟନ୍ତ ଚଢାଉ ଜାରୀ ରଖିଥିବା ଜଣାପଡିଛି । ଡିଏସପି ଚନ୍ଦ୍ରକଳା ଜେନାଙ୍କ ସହିତ ଏକ ଟିମ ଚଢାଉ ଜାରୀ ରଖିଥିବା ବେଳେ ତାଙ୍କର ପୈତୃକ ସମ୍ପତ୍ତିର କାଗଜପତ୍ର ଯାଞ୍ଚ୍ କରିବା ସହିତ ସମ୍ପତ୍ତି ଆକଳନ କରୁଥିବା ସୂଚନା ମିଳିଛି ।
ରାଜ୍ୟ
ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀଙ୍କ ଓଡ଼ଗାଁ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ,
- Hits: 229