ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ,ପରମ୍ପରା ଓ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ ହୋଇ ଯାଇଛି।ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ନିଜ ସ୍ଥାୟୀ ମନ୍ଦିରରୁ ବେଲଗୁଣ୍ଠା ଆଗମନ କରି ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି ।ଆଜି ସଂଧ୍ୟାରେ ମାଁ ଙ୍କ ବାପଘର ବେଲଗୁଣ୍ଠା କୋଳି ସାହି ତରଫରୁ ସାହି ବାସିନ୍ଦା ଓ ସହରବାସୀ ବାଜା,ବାଣ ପଟୁଆର ସହିତ ସଂଧ୍ୟା ୮ ଘଣ୍ଟା ସମୟରେ ସ୍ଥାୟୀ ମନ୍ଦିର ଅଭିମୁଖେ ବାହାରିଥିଲେ ।କୋଳିସାହି, କଂସାରୀ ସାହି ଛକ , ବଡ଼ଦାଣ୍ଡ ସାହି,ବାଲିଡି ସାହି,ଭଗବତ ପାଟଣା ରୋଡ୍ ଦେଇ ସ୍ଥାୟୀ ମନ୍ଦିରରେ ରାତି ବାରଟା ରେ ପହଞ୍ଚିଥିଲେ । ସେଠାରେ ମାଁ ବ୍ରାହ୍ମଣ ଦେବୀଙ୍କ ପୂଜାର୍ଚ୍ଚନା, ପାର୍ଶ୍ୱ ଦେବୀଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ବ୍ରାହ୍ମଣ ଗଣ ମନ୍ତ୍ରପାଠ ସହିତ ଆଜ୍ଞାମାଳ ପାଇଁ ମାଁ ଙ୍କ ମାଜଣା ଆରମ୍ଭ କରିଥିଲେ । ରାତ୍ରୀର ବିଳମ୍ବିତ ପ୍ରହର ପ୍ରାୟ ୧୨ ଚlଳସୀ ମିନିଟ୍ ସମୟରେ ମାଁ ଙ୍କ ସମ୍ମତି ପୁର୍ବକ ମସ୍ତକରୁ ପୁଷ୍ପ ଖସିବା ସହିତ ମାଁ ବେଲଗୁଣ୍ଠା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମାଁ ବ୍ରାହ୍ମଣ ଦେବୀଙ୍କ ସମ୍ମତି ପାଇବା ପରେ ଘଣ୍ଟ, ମୃଦଙ୍ଗ, ହୁଳହୁଳି,ଜୟ ଜୟକାର ଧ୍ୱନି ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଦିନ ସାରା ଉପବାସ କରିଥିବା ସହସ୍ରାଧିକ ମହିଳା ରାସ୍ତା ସାରା ମାଁ ଙ୍କୁ ଅପେକ୍ଷା କରିଥିଲେ । ମାଁ ବ୍ରାହ୍ମଣ ଦେବୀଙ୍କ ଆଜ୍ଞା ମିଶ୍ରିତ ଫୁଲକୁ ମାଁ ବାପା ତଥା ଦେବରାଜ ପାତ୍ର ମସ୍ତକରେ ଧାରଣ କରି ବେଲଗୁଣ୍ଠା ସହର ଅଭିମୁଖେ ବାହାରି ଥିଲେ । ଅପେକ୍ଷାରତ ମହିଳା ମାନେ ରାସ୍ତାରେ ବେହେରାଙ୍କ ପଦ ପ୍ରକ୍ଷାଳନ କରିବା ସହିତ ଚନ୍ଦନ, ସିନ୍ଦୂର,ଧୂପ,ଦୀପ, ନୈବେଦ୍ୟ ଦେଇ ପୂଜା କରି ପଦୋଦକ ପାଇ ନିଜର ନିର୍ଜଳା ଉପବାସ ଭଙ୍ଗ କରିଥିଲେ ।ସଂସ୍କୃତି ଓ ପରମ୍ପରା ମିଶ୍ରିତ ଏହି ସମାବେଶ ଦେଖିବା ପାଇଁ ଆଖପାଖର ବହୁ ଭକ୍ତ ଭିଡ଼ ଜମାଇଥିବା ଲକ୍ଷ୍ୟ କରାଯାଇଥିଲା । ସେଠାରୁ ସହର ପରିକ୍ରମା କରି ମାଁ ପୂର୍ବାହ୍ନ ୧୦ ଟା ସମୟରେ ନିଜ ଅସ୍ଥାୟୀ ପୀଠରେ ବିଜେ କରିଥିଲେ । ପ୍ରକାଶ ଥାଉ କି , ଆସନ୍ତା ଛ ତାରିଖ ରେ ମାଁ ଙ୍କ ପ୍ରଥମ ନଗର ପରିକ୍ରମା ହେଉଥିବା ସୂଚନା ମିଳିଛି ଏବଂ ଆସନ୍ତା ମାସ ୭ ତାରିଖରୁ ବିଭିନ୍ନ ସାହି ତରଫରୁ ନଗର ପରିକ୍ରମା କରାଯିବା ସହିତ ବିଭିନ୍ନ ପ୍ରକାରର ବାଣ ପଟୁଆର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ବାଣ ପଟୁଆର ଦେଖିବା ପାଇଁ ଅଞ୍ଚଳ ବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।କୋଳି ସାହି ସ୍ଥାୟୀ କମିଟି ସଭାପତି ଲୋକନାଥ ପାତ୍ର,ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଉପଦେଷ୍ଟା ତଥା କାଉନସିଲର ଦିଲ୍ଲୀପ ଆଚାରୀ, ନଗରପାଳ ଫିରୋଜ କୁମାର ସେଠୀ,ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, କାଉନସିଲର ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ପ୍ରଦୀପ କୁମାର ସେଠୀ,,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଆଇନଜୀବି ତଥା ସଂସ୍କୃତି ପ୍ରେମୀ ସନ୍ତୋଷ କୁମାର ପଣ୍ଡା,ପୁର୍ବତନ କାଉନସିଲର ତଥା ସଙ୍ଗଠକ ଲିଙ୍ଗରାଜ ପାତ୍ର,କାଉନସିଲର ପ୍ରତିନିଧି ଚିଦାନନ୍ଦ ପାତ୍ର, ରଞ୍ଜିତ କୁମାର ସାମଲ, ସନ୍ତୋଷ କୁମାର ସ୍ୱାଇଁ, ପୁର୍ବତନ କାଉନସିଲର ଯତୀନ କୁମାର ପାତ୍ର,ହାଇକୋର୍ଟ ଆଇନଜୀବୀ ଓଁ ପ୍ରକାଶ ସାହୁ,ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି,ନୀଳାଚଳ ମହାପାତ୍ର, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ ସାହୁ, ସମ୍ପlଦକ ଅଶ୍ୱିନୀ କୁମାର ମହାନ୍ତି, ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ସମ୍ପାଦକ ସୁଶାନ୍ତ ବେହେରା, କଳାପ୍ରେମୀ ରବିନ୍ଦ୍ରନାଥ ଚୌଧୁରୀ, ସାହିତ୍ୟ ଘର ସଭାପତି ମୋତିଲାଲ୍ ପତି, ଅଶୋକ ପାତ୍ର, ରଜନୀ ମହାପାତ୍ର,ମଦନ ମାହୁନ୍ତ, ଚନ୍ଦନ କୁମାର ସାହୁ,ଇଂ ନାରାୟଣ ବେହେରା,ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ,କୋଳି ସାହି ଯୁବକ ସଂଘ ପରିଚାଳନା କରିଥିଲେ ।ପ୍ରକାଶ ଥାଉ କି, ପରମ୍ପରା ଅନୁସାରେ ଆସନ୍ତା ରବିବାର ତଥା ମଇ ୪ ତାରିଖ ଦିନ ମାଁ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରାଯାଇ ମାଁ ଅସ୍ଥାୟୀ ପୀଠରେ ଦର୍ଶନ ଦେବେ ଏବେ ବାପ ଘର କୋଳି ସାହି ତରଫରୁ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ମାଁ ବ୍ରାହ୍ମଣ ଦେବୀ ସିଂହ ବାହିନୀ ବେଶରେ
ପ୍ରଥମ ନଗର ପରିକ୍ରମା କରିବେ ବୋଲି କୋଳି ସାହି କମିଟି ତରଫରୁ ସୂଚନା ମିଳିଛି ।
ରାଜ୍ୟ
ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଶୁଭାରମ୍ଭ: ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିରାଜିଲେ ମାଁ ।
- Hits: 147