ହେଡଲାଇନସ୍:

ହରିଶଙ୍କର ମନ୍ଦିର ରେ ଖରା ରେ ସିଝୁ ଛନ୍ତି ଭକ୍ତ, ପ୍ରଶାସନ ର ଧ୍ୟାନ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ (ହେମସାଗର ସାହୁ)ପଶ୍ଚିମ ଓଡିଶା ର ପ୍ରଖ୍ୟାତ ଶୈବ କ୍ଷେତ୍ର ହରିଶଙ୍କର I ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଲୁ ଭିଡ଼ ଜମାନ୍ତି I ବିଶେଷ କରି ହରିଶଙ୍କର ର ପରିବେଶ ଗ୍ରୀଷ୍ମ ଋତୁ ରେ ବାତାବରଣ ଶୀତଳ ରହୁଥିବା ରୁ ପର୍ୟ୍ୟଟକ ଙ୍କ ଭିଡ଼ ଜମେ କିନ୍ତୁ ଗତ କିଛି ବର୍ଷ ହେବ ପୀଠ ର ବିକାଶ ପାଇଁ ସରକାର 5ଟି ଅଧୀନ ରେ କୋଟି କୋଟି ଟଙ୍କା ବ୍ୟୟ ରେ ରୂପାନ୍ତରିକରଣ କାମ କରିଛନ୍ତି I ଯାହାକି ପୀଠ ର ବିକାଶ ନା ରେ ସବୁଜ ବନାନୀ ନଷ୍ଟ ହୋଇଛି I ମନ୍ଦିର ପରିସରସ୍ତ ବଡ଼ ବଡ଼ ଗଛ କାଟି ଦେଇ ତଳେ ସିଲେଟ ପଥର ବିଛେଇ ଦିଆଯାଇଛି ଯାହାଦ୍ୱାରା ଲୋକେ ଛାଇ ଟିକ କ ପାଇ ପାରୁନାହାନ୍ତି ତାସହିତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ସିଲେଟ ପଥର ଉତ୍ତପ୍ତ ହେବା ଦ୍ୱାରା ଶ୍ରଦ୍ଧାଲୁ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ପ୍ରବଳ ଖରା ରେ ଦର୍ଶନ ପାଇଁ ଧାଡି ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁ ଥୁବା ଵେଳେ ପ୍ରଶାସନ ପକ୍ଷରୁ ଉପର ଛାଉଣୀ ର ବ୍ୟବସ୍ଥା ନାହିଁ I ମୁକୁଳା ଆକାଶ ରେ ଦର୍ଶନ କରିବାକୁ ଅପେକ୍ଷା କରୁ ଥିବା ଵେଳେ ଆଖ ପାଖ ରେ ଛାଇ ରେ ଆଶ୍ରୟ ନେବା ବି ସମ୍ଭବ ହେଉନି I ସରକାର ଙ୍କ ପୀଠ ର ବିକାଶ ନାଁ ରେ ସବୁଜ ବନାନୀ ଧ୍ବଂସ କରିବା ଓ ସବୁଜ ପରିବେଶ କୁ ଏବେ କଂକ୍ରିଟ କରି ହରିଶଙ୍କର ର ଶୀତଳ ବାତାବରଣ ନଷ୍ଟ କରୁଥିବାରୁ ବୁଦ୍ଧି ଯିବି ମହଲ ରେ କ୍ଷୋଭ ପ୍ରକାଶ ପାଇଛି I ଅନ୍ୟ ପକ୍ଷରେ ମନ୍ଦିର କୁ ଶ୍ରଦ୍ଧାଲୁ ଙ୍କ ଦାନ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉ ଥିବା ଵେଳେ ଶ୍ରଦ୍ଧାଲୁ ଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ I ଉପରେ ଛାଉଣୀ ନାହିଁ ତଳେ କର୍ପେଟ ର ବ୍ୟବସ୍ଥା ନାହିଁ I ହେଲେ ପ୍ରଶାସନ ପକ୍ଷରୁ ବିଭିନ୍ନ ଟିକସ ଲଗାଇ ଅର୍ଥ ଆଦାୟ ହେଉଛି କିନ୍ତୁ ଭକ୍ତ ଙ୍କ ପାଇଁ ସୁବ୍ୟବସ୍ଥା ନାହିଁ I ଆଗକୁ ହରିଶଙ୍କର ପୀଠ ର ବିଖ୍ୟାତ ବୈଶାଖ ମେଳା ଥିବା ରୁ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବା ରୁ ପ୍ରଶାସନ ଏ ବିଷୟ ପ୍ରତି ଧ୍ୟାନ ଦେବା କୁ ସାଧାରଣ ରେ ଦାବି ହେଉଛି

0
0
0
s2sdefault