ହେଡଲାଇନସ୍:

ବୁଢ଼ି ମାଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ଗ୍ରାମରେ ଶ୍ରୀ ଶ୍ରୀ ମାଆ ବୁଢୀମା ଠାକୁରାଣୀଙ୍କ ମନ୍ଦିର ପୁନରୁଦ୍ଧାର ଏବଂ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଏବଂ ଘୃତ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞରେ ତୁଳସୀ ପଲ୍ଲୀ, ଗେରେଡା, ଜିଲୁଣ୍ଡି,ସୋଲଣ୍ଡି ଏବଂ ଜଗନ୍ନାଥପ୍ରସାଦ କଇଠ ସାହିର ନାମ ସଂକୀର୍ତ୍ତନ ମଣ୍ଡଳୀ ଅଂଶ୍ରଗହଣ କରିଥିଲେ I ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଯଜ୍ଞ ଦେଖିବା ସହ ପ୍ରସାଦ ସେବନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା I ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ I

0
0
0
s2sdefault