ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାୟଗଣ୍ଡା ସ୍ଥିତ ଗ୍ରାମ ବିକାଶ ବିଦ୍ୟା ବିହାର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ " ନାଗରିକ ସୁରକ୍ଷା ସଂହିତା ରେ ଆଇନର ବିଭିନ୍ନ ବ୍ୟବସ୍ଥା ଏବଂ କିଶୋର ନ୍ୟାୟ (ଶିଶୁ ଯତ୍ନ ଏବଂ ସୁରକ୍ଷା) ଆଇନ ବିଷୟରେ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ। ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇ ସମାଜରେ ଜଣେ ବ୍ୟକ୍ତିଙ୍କ ଆଇନଗତ ଅଧିକାର ବାବଦରେ କହିବା ସହ ନାଗରିକ ସୁରକ୍ଷା ସଂହିତା ରେ ଆଇନର ବିଭିନ୍ନ ବ୍ୟବସ୍ଥା ଓ ଶିଶୁ ଯତ୍ନ ଓ ସୁରକ୍ଷା ଆଇନ ବିଷୟରେ ବର୍ଣ୍ଣନା କରିଥିଲେ ।ସେହିପରି ସଦସ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ " ପ୍ରଥମ ସୁଚନା ରିପୋର୍ଟ" ବିଷୟରେ ସଂପୂର୍ଣ୍ଣ ବର୍ଣ୍ଣନା କରିଥିଲେ । ଶ୍ରୀ ସୁଜିତ୍ କୁମାର ନାୟକ, ଏସ୍.ଡି.ପି.ଓ ଭଞ୍ଜନଗର ନୁତନ ଭାରତୀୟ ନ୍ୟାୟ ସଂହିତା ରେ ବର୍ଣ୍ଣିତ ଶୁନ୍ୟ (F.I.R )ବା ପ୍ରଥମ ସୁଚନା ରିପୋର୍ଟ ବିଷୟ କୁ ବିସ୍ତୃତ ଭାବରେ କହିଥିଲେ। ଭଞ୍ଜନଗର ଉପବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା
(SDJM ) ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି summon, (ହାଜିର୍ ହେବା ନୋଟିସ) ଏବଂ warrant ବା କ୍ଷାମତା ପତ୍ର ବିଷୟରେ ବର୍ଣ୍ଣନା କରିବା ସହ ଭାରତୀୟ ନ୍ୟାୟ ସଂହିତା ରେ ଦଣ୍ଡ ବିଧାନ ବାବଦରେ କହିଥିଲେ। ଏହା ସହ ସୁଶ୍ରୀ ଭିୟେନା ନାୟକ ଆଇନଗତ ପ୍ରତିନିଧିତ୍ଵ ର ଅଧିକାର ଏବଂ ଅପିଲ ବିଷୟ ବାବଦରେ ବର୍ଣ୍ଣନା କରିଥିଲେ। ତାରସିଂ ଥାନାର ଆଇଆଇସି ସୁଶ୍ରୀ ରେବତୀ ଶବର ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ । ତାଲୁକ୍ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସେହି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହ ସେହି ଅଞ୍ଚଳର ଜନସାଧାରଣ ସମେତ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଦର୍ଶ ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।