କନ୍ଧମାଳ: ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଏପ୍ରିଲ ୨୭ ଠାରୁ ମେ ୮ ପର୍ଯ୍ୟନ୍ତ ହେବାକୁ ଥିବା କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ପାଈଁ ଭୂମିପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ମେଳାରେ ୧୫୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବାଣିଜ୍ୟିକ ଷ୍ଟଲ, ଖାଇବା ଷ୍ଟଲ୍ ସମେତ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଗୀତ ନାଚ ଓ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତତ୍ ସହିତ ପ୍ରତିଦିନ ଆଗଧାଡିର ସଂସ୍କୃତିକୁ ଅନୁଷ୍ଠାନ ମାନଙ୍କୁ ନେଇ ଲୋକଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକୁ କାର୍ଯକ୍ରମ ଅନୁଷ୍ଟିତ ହେବ। ଦୀର୍ଘ ୧୨ ଦିନ ଧରି ଏହି ଉତ୍ସକୁ ଓ ମେଳା କନ୍ଧମାଳ ଜିଲ୍ଲା ବାସୀଙ୍କୁ ମନୋରଂଜନ ର ଖୋରାକ ଯୋଗାଇବ। କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ ଉପାଧ୍ୟକ୍ଷ ଓ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର , ଅଧକ୍ଷ ସୁନୀଲ ପଟ୍ଟନାୟକ , ଉପାଧ୍ୟକ୍ଷ ସୁଜିତ୍ ବେହେରା, ସମ୍ପାଦକ କାହ୍ନୁ ଚରଣ ଶତପଥୀ, କୋଷାଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସଦସ୍ୟା ରୁପମ୍ବିକା ତ୍ରୀପାଠୀ, ମୁସ୍କାନ ସୁଆର, ନିହାରିକା ମହାନ୍ତି, ଦିଲ୍ଲୀପ ମହାପାତ୍ର , ବଣିକ ସଂଘ ସଭାପତି ଅଶୋକ ପଟ୍ଟନାୟକ,ସାମ୍ବାଦିକ ଆଦିତ୍ୟ ତ୍ରୀପାଠୀ, ଅଜିତ ମହାରଣା, ଗୋପାଳ କୃଷ୍ଣ ପଟନାୟକ, ଅଜିତ ମହାରଣା, ବୈଦ୍ୟନାଥ ନାୟକ,ବ୍ରଜ ନନ୍ଦ ଓ ବହୁତ ସହଯୋଗୀ ଉପସ୍ଥିତ ଥିଲେ।
ରାଜ୍ୟ
କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପାଈଁ ଭୂମି ପୂଜା ଓ ଶୁଭ ଖୁଣ୍ଟି ସ୍ଥାପନ ।
- Hits: 69