ଭୁବନେଶ୍ୱର, ୧୯.୪ : ଓଡ଼ିଶା ସାମ୍ବାଦିକ ଜଗତରେ ସୁପରିଚିତ, ନିଷ୍ଠାବାନ ବ୍ୟକ୍ତିତ୍ୱ ଓ ସଚ୍ଚୋଟ ସାମ୍ବାଦିକ ରତିକାନ୍ତ ମହାନ୍ତି ଆଉ ଇହଜଗତରେ ନାହାଁନ୍ତି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାନ୍ତି ଗତ କିଛିବର୍ଷ ଧରି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ ଦୁଇଦିନ ତଳେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ପ୍ରତୁ୍ୟଷରେ ତାଙ୍କର ପରଲୋକ ଘଟିଛି । ସ୍ୱର୍ଗତ ମହାନ୍ତି ଦୀର୍ଘବର୍ଷ ଧରି ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମ ସଂସ୍ଥା ସହ ସକ୍ରିୟ ଭାବେ ଜଡ଼ିତ ରହିଥିଲେ ଏବଂ ଜଣେ ସମର୍ପିତ ଓ ନିଚ୍ଛକ ସାମ୍ବାଦିକ ଭାବେ ତାଙ୍କର ଲୋକପ୍ରିୟତା ସବୁ ମହଲରେ ରହିଥିଲା । ଦୈନିକ ସମ୍ବାଦପତ୍ର ‘ଦିନଲିପି’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ମହାନ୍ତି ବିଭିନ୍ନ ସମୟରେ ନୁ୍ୟଜ୍ ଅଫ୍ ଦି ୱାଲଡର଼୍, ଏଜିଆନ ଏଜ୍, ପର୍ଯ୍ୟବେକ୍ଷକ ସମ୍ବାଦପତ୍ର ସହିତ ହିନ୍ଦୁସ୍ତାନ ସମା•ର ଭଳି ସମ୍ବାଦ ସରବରାହ ସଂସ୍ଥାରେ ମଧ୍ୟ ସାମ୍ବାଦିକ ଭାବେ ଓତପ୍ରୋତଃ ଭାବେ ଜଡ଼ିତ ଥିଲେ । ନବେ ଦଶକରେ ସ୍ୱର୍ଗତ ମହାନ୍ତି ପାଇଥିବା ସରକାରୀ ବାସଗୃହକୁ ସେ ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ ଫେରାଇ ଦେଇଥିଲେ ଯେଉଁଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ଜଣେ ଆଦର୍ଶସ୍ଥାନୀୟ ସାମ୍ବାଦିକ ଭାବେ ବର୍ଣ୍ଣନା କରିଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ପରଲୋକ ଖବର ପ୍ର•ରିତ ହେବା ପରେ ୟୁନିଟ୍-୩ସ୍ଥିତ ଖାରବେଳ ନଗର ବାସଭବନରେ ରାଜଧାନୀର ସାମ୍ବାଦିକମାନେ ପହଞ୍ଚିଥିଲେ । ମର ଶରୀର ହସ୍ପିଟାଲରୁ ଅଣାଯିବା ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ସେଠାରେ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ବିଧାୟକମାନେ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା, ବାବୁ ସିଂ, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ଦେବୀ ପ୍ରସାଦ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡଃ ଅରୁଣ କୁମାର ସାହୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖପାତ୍ର ଗୋଲକ ମହାପାତ୍ର, ଯତୀନ୍ଦ୍ର ମହାନ୍ତି, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କମୁ୍ୟନିଷ୍ଟ ନେତା ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ଉମାକାନ୍ତ ପଟ୍ଟନାୟକ, ଦିନଲିପିର ପରିଚାଳନା କର୍ତ୍ତୃପକ୍ଷ ଅମରେନ୍ଦ୍ର ଦାସ, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟଙ୍କ ସମେତ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ୍ ହୋଇ ଶେଷ ଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ଓ ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାସ ଏବଂ ଭୁବନେଶ୍ୱର ଜିଲ୍ଲା ସୂଚନା ଅଧିକାରୀ ଜିତେନ୍ଦ୍ରୀୟ ଜେନା, ସ୍ୱର୍ଗତ ମହାନ୍ତିଙ୍କ ମର ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁରୂପ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ବିଶୋୟୀ, ପ୍ରଭୁ କଲ୍ୟାଣ ମହାପାତ୍ର, ସନ୍ଦୀପ ମିଶ୍ର, ଦେବୀ ପଟ୍ଟନାୟକ, କେ. ରବି, ବୀରୁପାକ୍ଷ ତ୍ରିପାଠୀ, ସଞ୍ଜୟ ଦାସ, ସର୍ବେଶ୍ୱର ବର୍ଦ୍ଧନ, ଗୁରୁ କଲ୍ୟାଣ ମହାପାତ୍ର, ମହେଶ୍ୱର ରଥ, ବିପିନ ସିଂ, ପୁଲକ ଜେନା, ମାଧବାନନ୍ଦ ବେହୁରା, ଅଶୋକ ଦାସ, ଧୀରେନ୍ଦ୍ର ମିଶ୍ର, ବିବେକାନନ୍ଦ ଜେନା, ପ୍ରଦୁ୍ୟମ୍ନ କୁମାର ମହାନ୍ତି,ଗିରିଜା ଦାଶ ଶୁଭାଶିଷ ମହାନ୍ତ, ପବିତ୍ର ସେନାପତି, ଦେବକାନ୍ତ ମହାପାତ୍ର, ସିରାଜ ଅହମ୍ମଦ, ଉମେଶ ରାୟ, , ଜ୍ଞାନରଞ୍ଜନ ଦାସ, ସମନ୍ୱୟ ନନ୍ଦ, ଶିବାନନ୍ଦ ଦାସ, ଚିଦାନନ୍ଦ ଜେନା, ଲଳିତ ପଟ୍ଟନାୟକ, ଦୀପକ କର, ଦୁର୍ଗା ସାମନ୍ତରାୟ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଦୁଇକନ୍ୟା ପୂଜା, ବନ୍ଦନା, ପରିବାର ଓ ଆତ୍ମୀୟ ସ୍ୱଜ୍ଜନ ଉପସ୍ଥିତ ଥିଲେ ।
ରାଜ୍ୟ
ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି
- Hits: 49