ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ଓଡ଼ିଆ ସଂସ୍କୃତି ର ବର୍ଷ ଆରମ୍ଭ ହୋଇ ଥା ଏ l ତେଣୁ ଏହି ଦିନ କୁ ସମଗ୍ର ଓଡ଼ିଶା ରେ ଓଡ଼ିଆ ନୂଆଁ ବର୍ଷ ବା ପଣା ସଂକ୍ରାନ୍ତି ରୁପେ ପାଳନ କରାଯାଏ l ଏହି ଦିନ ସମଗ୍ର ଓଡିଆ ଙ୍କ ପାଇଁ ବଡ଼ ଦିନ l ମହା ବିଷୁବ ସଂକ୍ରାନ୍ତି ଦିନ ଠାରୁ ବୈଶାଖ ମାସ ର ଆରଂଭ ହୋଇ ଥା ଏ l ଏ ହି ଦିନ ଠାରୁ ବସନ୍ତ ଋତୁ ଶେଷ ହୋଇଥାଏ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଇ l ମହା ବିଷୁବ ସଂକ୍ରାନ୍ତି ଦିନ ସମସ୍ତ ଓଡିଆ ଙ୍କ ଘରେ ପଣା ପ୍ରସ୍ତୁତ ସହିତ ପାନ କରିବା ର ପରମ୍ପରା ରହିଛି l ତେଣୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ l ଓଡ଼ିଶାର ରେ ପଣା ସଂକ୍ରାନ୍ତି କୁ ଧୁମ୍ ଧାମରେ ପାଳନ କରାଯାଇଥାଏ l ଏହି ଦିନ ରେ ବ୍ରାହ୍ମଣ, ଗରିବ ଲୋକ ଙ୍କୁ ଛତା , ପଣା ଓ ତାଳପତ୍ର ରେ ତିଆରି ହୋଇ ଥିବା ପଙ୍ଖା ଦାନ କରାଯିବାର ପରମ୍ପରା ରହିଛି l ଚିତ୍ର ମାସ ରେ ପାଳନ କରାଯାଉଥିବା ଝାମୁ ଯାତ୍ରା, ହିଙ୍ଗୁଳା ଯାତ୍ରା, ଦଣ୍ଡ ଯାତ୍ରା, ଆଦି ମହା ବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ l ଏହି ଦିନ କଟକର କଟକ ଚଣ୍ଡୀ , ଯାଜପୁର ର ବିରଜା, ଝଙ୍କଡ଼ ର ସାରଳା, କାକଟପୁର ର ମଙ୍ଗଳା, ଓ ସମ୍ବଲପୁରର ସମଲେଶ୍ଵରୀ ଙ୍କ ପୀଠ ରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇ ଥାଏ l ଫଳ ରେ ଜନ ସମାଗମ ହୋଇ ଥା ଏ l ମହା ବିଷୁବ ସଂକ୍ରାନ୍ତି କୁ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ଓ ଦକ୍ଷିଣ ଓଡ଼ିଶା ରେ ମେରୁ ଯାତ୍ରା କୁହାଯାଏ l ଏହା ସହିତ ଆସାମ ରେ ବିହୁ, ତାମିଲନାଡୁ ରେ ପାଣ୍ଡୁଆ , ପଞ୍ଜାବ ରେ ବୈଶାଖୀ, କେରଳ ରେ ବିଶୁ, ପଶ୍ଚିବଙ୍ଗ ରେ ନୂଆବର୍ଷ , କର୍ଣ୍ଣାଟକ ରେ ବିଷ୍ଣୁ ପର୍ବ ନାମ ରେ ପାଳନ କରାଯାଏ l
ରାଜ୍ୟ
ମହା ବିଷୁବ ସଂକ୍ରାନ୍ତି
- Hits: 376











