ହେଡଲାଇନସ୍:

ବାଇକ ଦୁର୍ଘଟଣାରେ ଏକ ମୃତ, ତିନି ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଝରିଗାଁ ତା ୧୩/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡା ବିଦ୍ୟାଳୟ ସମ୍ମୁଖରେ ଆଜି ଦିନ ପ୍ରାୟ ୩ ଘଣ୍ଟ ସମୟରେ ଏକ ବାଇକ ବିଦ୍ୟୁତ୍ ପୋଲ ରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉମରକୋଟ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତ ବ୍ୟକ୍ତି ଜଣକ ଝରିଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁବିଆ ଗ୍ରାମର ଦାମୁଧର ଭତରା (୫୦) ବୋଲି ଜଣା ପଡିଛି।ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଉମରକୋଟ ବ୍ଲକ ଦୂବିଆ ଗ୍ରାମ ର ଦାମୂଧର ଭତରା (୫୦) ନିଜ ଶ୍ଵଶୁର ଘର ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ସିଉନା ଗୁଡା ଗ୍ରାମ କୁ ବିବାହ ଉତ୍ସବ ରେ ଯୋଗ ଦେବା କୁ ନିଜ ସ୍ତ୍ରୀ ଡମାଏ ଭତରା (୪୫) ସହ ଶନିବାର ଦିନ ଆସିଥିଲେ। ଆଜି ତାଙ୍କ ଜ୍ବାଇଁ ସୂର୍ଯ୍ୟ ଭତରା ଏକ ବାଇକ୍ ରେ ସୀଉନା ଗୁଡା ଆସି ବାଇକ୍ ରେ ଦୁହିଁଙ୍କୁ ବସାଇ ଦୁବିଆ ଅଭିମୁଖେ ଯାଉଥିଲା। ତେବେ ଅପରାହ୍ନ ପ୍ରାୟ ତିନି ଘଣ୍ଟ ସମୟରେ ବାଇକ୍ ଭାରସାମ୍ୟ ହରାଇ ଡ଼ାବୁଗାଁ ଥାନା ଅନ୍ତର୍ଗତ ଅର୍ଚିତଗୁଡା ସ୍କୁଲ ସମ୍ମୁଖରେ ସିଉନା ଗୁଡା ଗ୍ରାମ ର ବୟଚାନ୍ଦ ଭତରା (୬୦) ସହ ଧକ୍କା ହୋଇ ରାସ୍ତା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ପୋଲ କୁ ଧକ୍କା ଦେଇଥିଲା। ଏଥିରେ ସମସ୍ତେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଦାମୁଧର ଭତରା ର ମୁଣ୍ଡରେ ପ୍ରବଳ ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦାମୁ ଧର ର ସ୍ତ୍ରୀ ଡମାଏ,ଜ୍ବାଇଁ ସୂର୍ଯ୍ୟ ଓ ପଥଚାରୀ ବୟଚାନ୍ଦ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉମରକୋଟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ଡାବୁଗାଁ ପୁଲିସ ଖବର ପାଇ ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିବା ସହ ମୃତ ଦେହ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ଏ ନେଇ ଆଜି ମୃତ ଦାମୂ ଧର ଭତରା ର ପୁଅ ପଦୁରାମ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି। ତେବେ ଅର୍ଚିତଗୁଡା ସ୍କୁଲ ସମ୍ମୁଖ ରାସ୍ତା ଉପରେ ରହିଥିବା ବିଦ୍ୟୁତ୍ ପୋଲ ଯୋଗୁ ପୂର୍ବରୁ ବହୁ ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ତୁରନ୍ତ ଉକ୍ତ ବିଦ୍ୟୁତ୍ ପୋଲ କୁ ରାସ୍ତା ରୁ ହଟାଇ ବାକୁ ଦାବୀ କରିଛନ୍ତି।

0
0
0
s2sdefault