ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଏକାମ୍ର ସାଂସ୍କୃତିକ ପ୍ରକାଶନି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ୫ ଏପ୍ରିଲ ୨୦୨୫ ରୁ ୧୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅର୍ଥାତ୍ ଛଅଦିନ ଧରି ଶ୍ରୀ ଶ୍ରୀ ଲିଙ୍ଗରାଜ ଭଜନ ମଣ୍ଡପ ଠାରେ ଲିଙ୍ଗରାଜ ମହୋତ୍ସବ - ୨୦୨୫ ଅତି ଆଡମ୍ବର ସହ କରାଯିବ।
ଉକ୍ତ ମହୋସବର ପ୍ରଥମ ଦିବସରେ ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ନୃତ୍ୟ ଗୁରୁ ଶ୍ରୀମତୀ ଡି.ପ୍ରିୟଙ୍କା ଏବଂ ଅନୁଷ୍ଠାନର ନଅଜଣ ଛାତ୍ରୀ ମାହାରୀ ଓ ପଲ୍ଲୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି ଲିଙ୍ଗରାଜ ସମ୍ମାନରେ ଡି.ପ୍ରିୟଙ୍କାଙ୍କୁ ସମ୍ମାନୀତ କରିଛନ୍ତି I
ସମ୍ମାନ ପାଇବା ପରେ ଡି.ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି।
ରାଜ୍ୟ
ଲିଙ୍ଗରାଜ ମହୋତ୍ସବ - ୨୦୨୫ : ଲିଙ୍ଗରାଜ ସମ୍ମାନରେ ସମ୍ମାନୀତ ଡି.ପ୍ରିୟଙ୍କା
- Hits: 368











