ହେଡଲାଇନସ୍:

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି । ସୌକିଲାଲ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୁଭସ୍ତମ୍ଭ ସ୍ଥାପନରେ ଡାକ୍ତର ସୌରଭ ପାଣୀଗ୍ରାହୀ ଓ ଡାକ୍ତର ପ୍ରିୟଦର୍ଶିନୀ ନନ୍ଦ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଛନ୍ତି । ଆଗାମୀ ଏପ୍ରିଲ ୧୪ ତାରିଖରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇ ଅପ୍ରେଲ ୧୮ ତାରିଖ ଦିନ ସମାପନ ହେବ ବୋଲି ସୂଚନା ମିଲିଛି । ଶୁଭସ୍ତମ୍ଭ ସ୍ଥାପନ ଅବସରରେ ଗୌନ୍ତିଆ ପରିବାରର ରାଧାମାଧବ ପାଣିଗ୍ରାହୀ, ରାଧାରମଣ ପାଣିଗ୍ରାହୀ ଏବଂ ଗାଁର ରାଜ କିଶୋର ପ୍ରଧାନ,ଶାନ୍ତି ଦାଶ, ମେଘନାଦ ପ୍ରଧାନ, ଶ୍ୱେତ କୁମାର ସାହୁ ଏବଂ ଦିଲ୍ଲିପ ପ୍ରଧାନଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

0
0
0
s2sdefault