ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ସଶ୍ରଦ୍ଧ ‘ଶ୍ରଦ୍ଧାଞ୍ଜଳି’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ତାରିଖ - ୨୫.୦୩.୨୦୨୫: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ତାଳଚେର ହାଣ୍ଡିଧୂଆଁ ସ୍ଥିତ ବାସଭବନରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସମେତ ଉତ୍ତରାଖଣ୍ଡ, ବିହାର ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରୀ, ସାଂସଦ, ବିଧାୟକ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଶୋକପ୍ରକାଶ କରିଛନ୍ତି । ଏହି ଅବସରରେ ଡା. ପ୍ରଧାନ ରାଜନୀତିରେ ଛାଡିଥିବା ଛାପ, ତାଙ୍କ ବ୍ୟକ୍ତିତ୍ୱ, କୃତିତ୍ୱ ଏବଂ ସାମାଜିକ- ରାଜନୈତିକ ଦୃଶ୍ୟପଟ୍ଟରେ ତାଙ୍କର ସରଳ ଓ ଅମାୟିକ ବ୍ୟବହାରକୁ ସମସ୍ତେ ସ୍ମୃତିଚାରଣ କରିଥିଲେ ।
ପୁଷ୍କର ସିଂହ ଧାମୀ, ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ
ଡା. ଦେବେନ୍ଦ୍ର ପ୍ରଧାନଙ୍କ ସାର୍ବଜନୀନ ଜୀବନକୁ ଓଡ଼ିଶା ଓ ଦେଶର ଲୋକମାନେ ଜାଣିଛନ୍ତି । ସେ ଆଜୀବନ ଲୋକଙ୍କ ଭଲ ପାଇଁ, ଲୋକଙ୍କୁ ଆଗକୁ ଆଣିବା ପାଇଁ ସାହାଯ୍ୟ କରିଥିଲେ । ଗରିବ ଏବଂ ଶ୍ରମିକଙ୍କ ସାଥୀରେ ରହୁଥିଲେ । ସାଧାରଣ ଜୀବନରେ ରହି ବଡ ସଫଳତା ହାସଲ କରିଥିଲେ । ସେହି କାମକୁ ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢାଉଛନ୍ତି । ତାଙ୍କର ବିୟୋଗ ଦେଶ, ଦଳ ଏବଂ ସମାଜ ପାଇଁ ଅପୂରଣୀୟ କ୍ଷତି ।
ନବୀନ ଜିନ୍ଦଲ, ଲୋକସଭା, ସାଂସଦ, କୁରୁକ୍ଷେତ୍ର, ବିଶିଷ୍ଟ ଶିଳ୍ପପତି
ଡା. ଦେବେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କ ଆଦରଣୀୟ ଥିଲେ । ସେ ତିନି ଥର ଓଡ଼ିଶା ବିଜେପିର ସଭାପତି ସମେତ ସାଂସଦ ଏବଂ ମନ୍ତ୍ରୀ ଥିଲେ । ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ଦେଶ ଏବଂ ଲୋକଙ୍କ ସେବାରେ ସମର୍ପିତ କରିଥିଲେ । ସେ ଦେଖାଇଥିବା ରାସ୍ତାରେ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଦେଶର ବିକାଶ କରୁଛନ୍ତି ।
ସତୀଶ ଚନ୍ଦ୍ର ଦୁବେ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର
ଓଡ଼ିଶାରେ ବିଜେପିକୁ ଗଢିବାରେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଅବର୍ଣ୍ଣନୀୟ । ତାଙ୍କର ଆବର୍ତ୍ତମାନ ପୂର୍ବରୁ ଓଡ଼ିଶାରେ ବିଜେପିର ସରକାର ମଧ୍ୟ ହେଲା । ତାଙ୍କୁ ମୋର ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ।

ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି, ଏହା ହିଁ ତାଙ୍କ ସଫଳତାର ଓ ଭୂମିକାର ପ୍ରତିଫଳନ । ଛୋଟ ଗାଁରୁ ଆରମ୍ଭ କରି ସେ ଦେଶକୁ ପରମ ବିଭବରେ ପପହଞ୍ଚାଇବାର ଚିନ୍ତାଧାରା ଥିଲା । କାର୍ଯ୍ୟକର୍ତ୍ତାଙ୍କୁ ନିଜର କରିନେବା ସହ ସେମାନଙ୍କୁ ଆଗକୁ ବଢାଇବା ପାଇଁ ସେ ପ୍ରୟାସ କରୁଥିଲେ । ଡା. ପ୍ରଧାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ପ୍ରଧାନ ତିଆରି ହୋଇଛନ୍ତି ।
ବିପ୍ଳବ ଦେବ, ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ,ତ୍ରିପୁରା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କର ସମ୍ପୂର୍ଣ୍ଣ ଜୀବନ ଜନସେବା ଓ ଦଳକୁ ସଶକ୍ତ କରିବା ଦିଗରେ ସମର୍ପିତ ଥିଲା । ବିଜେପିର ସଂଗଠନକୁ ସମ୍ପ୍ରସାରଣ କରିବା ସହ ରାଷ୍ଟ୍ର ହିତରେ ତାଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ ।
ନୀରଜ କୁମାର ସିଂହ, ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ମନ୍ତ୍ରୀ, ବିହାର
ଓଡିଶାରେ ଭାରତୀୟ ଜନତା ପାର୍ଟିକୁ ସଶକ୍ତ କରିବା ସହିତ ଜନସେବାରେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ଅବିସ୍ମରଣୀୟ ହୋଇରହିବ । ଈଶ୍ୱରର ଦିବଙ୍ଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ।
ଧର୍ମବୀର ସିଂହ, ସାଂସଦ, ହରିୟାଣା
କେନ୍ଦ୍ରୀମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ପିତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ରାଜନୀତିରେ ଏକ ଅପୁରଣୀୟ କ୍ଷତି । ତାଙ୍କର ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ ।
କିରଣ ସିଂହ ଚୌଧୁରୀ, ସାଂସଦ, ରାଜ୍ୟସଭା
କେନ୍ଦ୍ରୀମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତାଜୀ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ । ତାଙ୍କର ସମ୍ପୂର୍ଣ୍ଣ ଜୀବନ ରାଷ୍ଟ୍ର ଏବଂ ସମାଜ ସେବା ପ୍ରତି ସମର୍ପିତ । ଈଶ୍ୱର ଦିବଙ୍ଗତ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ।


ବଲରାଜ ପାଶି, ପୂର୍ବତନ ସାଂସଦ, ଉତ୍ତରାଖଣ୍ଡ
ଡା. ଦେବେନ୍ଦ୍ର ପ୍ରଧାନଙ୍କ ତପସ୍ୟା କାରଣରୁ ଆଜି ଓଡ଼ିଶାରେ ବିଜେପିର ସରକାର ହୋଇଛି । ତାଙ୍କର ତ୍ୟାଗ ଓ ବଳିଦାନ କାର୍ଯ୍ୟକର୍ତ୍ତାଙ୍କୁ ଅନୁପ୍ରାଣିତ କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାରୀ ସହ ବିଦ୍ୟାର୍ଥୀ ପରିଷଦ ସହ ଜଡ଼ିତ ଥିବାରୁ ତାଙ୍କର ସହ ସମ୍ପର୍କ ରହିଛି ।
ବିହାରର ନଗର ଉନ୍ନୟନ ମନ୍ତ୍ରୀ ଜିବେଶ କୁମାର, ରାଜ୍ୟସଭା କାର୍ତ୍ତିକ ଶର୍ମା, ସାଂସଦ ଡକ୍ଟର ଅନିଲ ଗୁପ୍ତା ଓ ହରିୟାଣାର ବିଜେପି ସାଧାରଣ ସମ୍ପାଦକ ଡକ୍ଟର ଅର୍ଚ୍ଚନା ଗୁପ୍ତା ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

0
0
0
s2sdefault