ହେଡଲାଇନସ୍:

କେବଳ ଗୋଚର, ଗୁହାଳ,ଗୋ-ଆଧାରିତ କୃଷିର ବିକାଶ ଦ୍ଵାରା ଗୋ-ଚାଲାଣ ରୋକିବା ସମ୍ଭବ ହେବ!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗୋଚର , ଗୋଦIନା,ଗୁହାଳ, କୁଣ୍ଡା, ଘାସ,ପଡିଆ ,ଗୋଚରାଳୀର, ଗୋବରର ବିକ୍ରୟ ଅଭାବ, ପଞ୍ଚଗବ୍ୟ ଶିଳ୍ପ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଅର୍ଥର ଅଭାବ, ଗୋପାଳଙ୍କୁ ଆବଶ୍ୟକ ସହୟIତାର ଘୋର ଅଭାବ, ଯୋଜନା ଗୁଡିକ ଲୋକାଭିମୁଖୀ ନହେବI, ସରକାରଙ୍କ ଆନ୍ତରିକତା ର ଅଭାବ, କୁହାଁର ଗୋଠ ଭାଙ୍ଗିବା, ପ୍ରତିଦିନ ଗୋ-ଚIଲାଣ ହେବା ମୁଖ୍ୟ କାରଣ ବୋଲି ଘୁମୁସରୀ ଗୋପାଳ ସମିତି ମୁଖ୍ୟ ଉପଦେଷ୍ଠI ବାବା ଶ୍ରୀ ସତ୍ୟIନନ୍ଦ ମହାରାଜା ନେତୃତ୍ଵରେ ଘୁମୁସରୀ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ ଉପଦେଷ୍ଠI ତଥା ବିଶ୍ବହିନ୍ଦୁ ପରିଷଦ ର ମୁରଲୀଧର ପଣ୍ଡା ଆଜି ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣIଣି ପ୍ରୋକଷ୍ଟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମାନ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ବିଭିନ୍ନ ପ୍ରସ୍ତାବ ପ୍ରଦାନ କରାଯାଇଛି।

ଘୁମୁସର ଉପଖଣ୍ଡ ଅଞ୍ଚଳରେ ସରକାରଙ୍କ ଜନମଙ୍ଗଳ ଯୋଜନା ଓ ଘୁମୁସରୀ ଗୋବଂଶ ମହତ୍ଵର ବ୍ୟାପକ ଜନସଚେତନା କରିବା,ଅବାଧ ଗୋ ଚାଲାଣ ବନ୍ଦକରିବା ଓ ଆଇନ ଶୃଙ୍ଖଳା ସମୀକ୍ଷା ସହ ଗୋ-ଗ୍ରାମ ସୃଷ୍ଟି କରିବା,ଜୈବିକ ଖେତି, ପାରମ୍ପରିକ କୃଷିର ବିକାଶରେ ସ୍ଥାନୀୟ ଚାଷୀ ସମ୍ପୂର୍ଣ ଭାଗୀଦାରୀ ଓ ବଜାର ସୃଷ୍ଟି କରିବା,ଗୋଚର ଭୂମିର ବିକାଶ, ଘାସ ଚାଷ ସହ ଜୀବଜଗତର କଲ୍ୟାଣ, ପ୍ରତି ଘୁମୁସରୀ ଗୋପାଳଙ୍କୁ ଗୁହାଳ,ପ୍ରତି ବ୍ଲକରେ ଗୋଶାଳI ନିର୍ମାଣ,ଗୋବର ଶିଳ୍ପ, ଘୁମୁସରୀ ଗବ୍ୟସିଦ୍ଧି ବିକାଶ ପାଇଁ ଅପଚୟ ଗୋବର ଓ ଗୋମୁତ୍ରର ଉପଯୁକ୍ତ ବିନିଯୋଗ ଦ୍ଵାରା ବ୍ୟାପକ ନିଯୁକ୍ତି,ଗୋଆଧାରିତ କୃଷି, ଓ ଶିଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ ଓ ଯୁବତୀ ଓ ମହିଳାଙ୍କୁ ଆତ୍ମା ନିଯୁକ୍ତି ସୃଷ୍ଟି କରିବା,ପଞ୍ଚଗବ୍ୟ ସିଦ୍ଧି, ପଞ୍ଚଗବ୍ୟ କର୍ମା ଓ ଏ.ଟୁ ଚିଲିଙ୍ଗ୍ ପ୍ଳାଣ୍ଟ ନିର୍ମାଣ କରି ବ୍ୟାପକ ବଜାର ଓ ନିଯୁକ୍ତି ସୃଷ୍ଟି କରିବା , ଘୁମୁସର କ୍ଷେତ୍ରର ଜାତୀୟ ମାନ୍ୟତା ଘୁମୁସରୀ ଗୋବଂଶ ବିକାଶ ସହ ଗୋ ସମର୍ଦ୍ଧାନ ହେବା ସହ ଓଡିଆ ଅସ୍ମିତା ସୁରକ୍ଷାରେ ସହାୟକ ହୋଇ ଦୀର୍ଘମିଆଦି ଯୋଜନା କରିବା ପାଇଁ ସମିତି ବାରମ୍ବାର ଶାସନ ଓ ପ୍ରଶାସନ କୁ ଅଭିଯୋଗ କଲେବି ଜିଲ୍ଲାପାଳ ଦ୍ରୁଷ୍ଟି ଦେଉ ନାହାନ୍ତି ବୋଲି ସମିତି ପକ୍ଷରୁ ଅଭିଯୋଗ ହୋଇଛି। ଯାହାରି ଫଳରେ ଘୁମୁସର ଗୋମୁକ୍ତ ହେବାକୁ ବସିଲାଣି ବୋଲି ମହାରାଜା ପ୍ରେସ୍ କୁ ଜଣାଇଛନ୍ତି I ମୁଖ୍ୟମନ୍ତ୍ରୀ ,ବିଧାୟକ ,ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଆଦେଶକୁ କ୍ଷେତ୍ର ଅଧିକାରୀମାନେ ଅଣଦେଖା କରୁଛନ୍ତି I ଉପଯୁକ୍ତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଭଞ୍ଜନଗର ଉପ-ଜିଲ୍ଲାପାଳ ଅଧକ୍ଷତାରେ ସ୍ଵତନ୍ତ୍ର କମିଟି ଗଠନ କରାଯାଉ I ଭଞ୍ଜନଗର ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର, ଏସଡ଼ିଭିଓ, ଭଞ୍ଜନଗର, ଡି.ଏଫ.ଓ ଦକ୍ଷିଣ ଓ ଉତ୍ତର, ଭଞ୍ଜନଗର, ଏସ୍ ଡ଼ି ପି ଓ ଭଞ୍ଜନଗର ଓ ଆସ୍କା, କୃଷି ଜିଲ୍ଲା ଅଧିକାରୀ ଭଞ୍ଜନଗର ଓ ଆସ୍କା, ଜିଲ୍ଲା ଡ଼ିପିଏମ, ଡ଼ିପିସି,ଓଏଲଏମ, ଓରମାସ ଅଧିକାରୀ ଓ ଘୁମୁସରୀ ଗୋପାଳ ସମିତିଙ୍କୁ କମିଟିର ସଭ୍ୟ ରଖାଯାଉ। ଏବଂ ପ୍ରତି ତିନିମାସରେ ବୈଠକ ବସି ଆପଣଙ୍କ ପରାମର୍ଶରେ ବିଭିନ୍ନ ଯୋଜନା ଖସଡା କରାଯାଉ ବୋଲି ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଦାବି ରଖାଯାଇଥିବା ଦେଖିବାକୁ ମିଳିଛି।କେରଳ,ବାଙ୍ଗାଲ କୁ ଗୋମାଂସ ନିମିତ୍ତ ଗୋ -ଚାଲାଣ ହେଉଥିବା ବେଳେ ଗତ ଦୁଇ ଦିନରେ ୨୦୦ ରୁ ଉର୍ଦ୍ଧ ଗାଈଗୋରୁଙ୍କୁ ଉଧାର କରି ଭଞ୍ଜନଗର ପୁଲିସ ଚାଲାଣକାରୀଙ୍କୁ ଧରିବା ସହ ଗାଡି ଜବତ କରି ସବୁ ଗାଈଗୋରୁଙ୍କୁ ପଶୁ ଡାକ୍ତର ଙ୍କ ଦ୍ଵାରା ମେଡିକାଲ୍ ଚେକଅପ୍ ପରେ ମହାରାଜାଙ୍କ ଆନନ୍ଦ ଟ୍ରସ୍ଟ ଗୋଶାଳାକୁ ଜିମା ଦିଆଯାଇଛି। ଯଦି ସ୍ଥାନୀୟ ପ୍ରଶାସନ ଏହି ଗୋ ଆଧାରିତ ଅଭିଯୋଗକୁ ଯଦି ବେଳ ଥାଉଁ ଥାଉଁ ଗୁରୁତ୍ଵ ନନିଏ ତେବେ ଜିଲ୍ଲାରେ ଆଗକୁ ଯାହା ଆଇନଶୃଙ୍ଖଳI ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀରହିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି ହେବାରେ ଲାଗିଛି I

0
0
0
s2sdefault