ଟିଟିଲାଗଡ଼- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଆମପାଲି ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସରେ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦାୟିତ୍ୱରେ ଥିବା ଶ୍ରୀମତୀ ଉର୍ବସୀ ଘିଭେଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୁନୀ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ମଞ୍ଚ ରେ ମହୁଲ ପଡ଼ା କ୍ଲଷ୍ଟର୍ ସି ଆର୍ ସି ସି ଗୌରୀ ମୁଣ୍ଡା , ଭୁସ ଲାଡ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ଵ ମୋହନ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟି ସଭା ନେତ୍ରୀ ପଦ୍ମା ଖର୍ସେଲ , ପ୍ରଧାନ ଶିକ୍ଷକ ବକୁଳ ଦୀପ ମଞ୍ଚା ସିନ ଥିଲେ ।ସଭାକୁ ସହ ଶିକ୍ଷକ ସେବକ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ ।ଉକ୍ତ ବାର୍ଷିକ ଉତ୍ସବ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁନି ଶିଶୁ ମାନେ ଆଗାମୀ ଦିନରେ କିପରି ଭାବେ ନିଜେ ନିଜର କଳା କୁ ଲୋକ ଲୋଚନ କୁ ଆଣିବେ ଓ ଉତ୍ସାହିତ ହୋଇ ଦୈନନ୍ଦିନ ବିଦ୍ୟାଳୟ ଆସିବେ । ଉକ୍ତ ଉତ୍ସବରେ ପ୍ରତିଭା କୁନି ଶିଶୁ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାର ର ପ୍ରତି ଯୋଗିତା ମାନଙ୍କର ପ୍ରମାଣ ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ପ୍ରତିଭା ଶିଶୁ ମାନଙ୍କର ମାଁ ମାନେ ବହୁତ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଥିଲା । ଉତ୍ସବରେ ଶିଶୁ କଳାକାର ମାନେ ନିଜର ନାଚ ପ୍ରଦର୍ଶନ କରିଥିଲେ ।
ରାଜ୍ୟ
ବିଦ୍ୟାଳୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ ।
- Hits: 7