ରାଉରକେଲା, (ବସନ୍ତ କୁମାର ଜେନା): କେନ୍ଦ୍ରୀୟ ଦୋଳ ମେଲଣ ସମିତି ର ୧୧ ତମ ଦୋଳ ଉତ୍ସବ ଆସନ୍ତା ୧୬ ତାରିଖ ଦିନ ପାଳନ କରାଯିବ। ଏ ସମ୍ପର୍କରେ ସମିତି ତରଫରୁ ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ହରିହର ରାଉତରାୟ, ସଭାପତି ଚୈ।ଧୁରୀ ବିଜୟ କୁମାର ପଟ୍ଟନାୟକ, ପ୍ରତିଷ୍ଠାତା ସଦସ୍ୟ ସୁଶାନ୍ତ କୁମାର ପ୍ରଧାନ, ଲୋକସମ୍ପର୍କ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମ ୨୦୧୫ ରୁ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୧ତମ ବର୍ଷରେ ପଦାର୍ପଣ କରିଛି। ପ୍ରଥମେ ୧୭ଟି ଦୋଳ ବିମାନ ଆସୁଥିଲା ବେଳେ ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ କୁଆଁରମୁଣ୍ଡା, ଲାଠିକଟା,ଖୁଟଗାଁ, ବନ୍ଧମୁଣ୍ଡା, ବିରମିତ୍ରପୁର ତଥା ସହରର ପ୍ରାୟ ୪୦ଟି ଦୋଳବିମାନ ଏଥିରେ ଅଂଶଗ୍ରହଣ କରିବେ । ଆସନ୍ତା ୧୬ ତାରିଖ ଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସେକ୍ଟର ୭ ଦୁର୍ଗା ପୂଜା ପଡ଼ିଆ ଠାରେ ମହାଆଡମ୍ବରରେ ଏହା ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରର ବିଶିଷ୍ଟ କଣ୍ଠଶିଳ୍ପୀ ସୈ।ରଭ ଭରଦ୍ୱାଜ ଓ ତାଙ୍କର ସାଥୀ ତଥା ସହରର କିଛି କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। ସେହିପରି ଏହି ଉତ୍ସବରେ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦବେ। ଗତ ୯ ତାରିଖ ରୁ ଆରମ୍ଭ ହୋଇଥିବା ଦୋଳରେ ରାଧାକୃଷ୍ଣ ଙ୍କୁ ବସାଇ ପ୍ରାୟ ୮୬୦ ଘର ବୁଲି ସାରିଲେଣି। ପଶ୍ଚିମ ଓଡିଶାର ପ୍ରମୁଖ ପର୍ବ ଭାବେ ପାଳିତ ହେଉଥିବା ଏହି ଉତ୍ସବରେ ୧୬ ତାରିଖ ଦିନ ରାତି ୯ ଟାରେ ଥାନପତି ଓ ସମସ୍ତ ଦୋଳ କମିଟି ତରଫରୁ ଏକାସାଙ୍ଗରେ ଆଳତି ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁ ଚରଣ ବିଶ୍ବାଳ, ପର୍ଶୁରାମ ପୋଥାଳ, କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଦାସ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରେଖା କୋଠାରୀ, ଗୈାରାଙ୍ଗ ଚରଣ ସେଠୀ, କାର୍ତ୍ତିକ ଖଣ୍ଡୁଆଳ, ରାମଚନ୍ଦ୍ର ଦାସ,ପ୍ରିୟବ୍ରତ ଭଞ୍ଜ, ମୋତିଲାଲ ମହନ୍ତ, ସଂଗୀତା ମିଶ୍ର, କପିଳେଶ୍ୱର ମିଶ୍ର,ପ୍ରେମଚାନ୍ଦ ପଶାୟତ, ବିରାଜ ମୋହନ ବିଶ୍ବାଳ, ମୁକ୍ତିକାନ୍ତ ବେହେରା,ମନୋଜ ବେହେରା, ରାହୁଲ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ରାଜ୍ୟ
୧୧ତମ ଦୋଳ ଉତ୍ସବ ଆସନ୍ତା ୧୬ ରେ..
- Hits: 9