ହେଡଲାଇନସ୍:

ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖାରେ ଚାଷୀଙ୍କୁ ଦୁର୍ବ୍ୟବହାର ; ନିଜ ହକ୍ ପାଇଁ ଦୌଡ଼ି ଦୌଡ଼ି ଚାଷୀ ନୟାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚାଷୀଟିଏ ଅନ୍ୟନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ୍ ଅପେକ୍ଷା ଅଧିକ ବିଶ୍ୱାସ କରିଥାଏ ସମବାୟ ବ୍ୟାଙ୍କ୍ ଉପରେ I ନିଜ ଚାଷ କାର୍ଯ୍ୟ ପାଇଁ ଋଣ ନେବାଠାରୁ ଆରମ୍ଭ କରି ମଣ୍ଡି ମାଧ୍ୟମରେ ବିକ୍ରି କରିଥିବା ପ୍ରାପ୍ୟ ପାଇବା ପାଇଁ ସେ ନିର୍ଭର କରିଥାଏ ସମବାୟ ବ୍ୟାଙ୍କ୍ ଗୁଡ଼ିକ ଉପରେ I କିନ୍ତୁ ବହୁ ସମୟରେ ଏହି ବ୍ୟାଙ୍କ୍ ଗୁଡ଼ିକର କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟକଳାପ ଚାଷୀଙ୍କୁ ହତୋତ୍ସାହିତ କରିଥାଏ I ଏହିଭଳି ଘଟଣା ଦେଖିବାକୁ ମିଳିଛି ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ର ବେଲଗୁଣ୍ଠା ଶାଖାରେ I ଏଠାରେ ଚାଷୀମାନେ ନିଜ ପ୍ରାପ୍ୟ ପାଇବା ବଦଳରେ କାର୍ଯ୍ୟରତ ମହିଳା କ୍ୟାସିୟର୍ ଏବଂ ପିଅନ୍ ଙ୍କ ଦୁର୍ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ଆସୁଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ହରିହର ସାହିର ଯୂବ ଚାଷୀ ସରୋଜ କୁମାର ନାୟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ବେଲଗୁଣ୍ଠା ଶାଖାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି I ସରୋଜଙ୍କ ଅଭିଯୋଗ ପ୍ରକାରେ ସେ ଗତମାସରେ ମଣ୍ଡି ରେ ଧlନ ବିକ୍ରି କରିଥିବା ବେଳେ ଧାନ ବିକ୍ରି ମୂଲ୍ୟ ବାବଦକୁ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ତାଙ୍କ ଖାତାରେ ଗତ 21 ତାରିଖରେ ଜମା ହୋଇଥିଲା I ସରୋଜ 27 ତାରିଖରେ ଟଙ୍କା ପାଇଁ ବେଲଗୁଣ୍ଠା ସମବାୟ ବ୍ୟାଙ୍କ୍ କୂ ଯାଇଥିଲେ I ସରୋଜଙ୍କ ବ୍ୟାଙ୍କ୍ ଖାତା ସହିତ ପାନ୍ ସଂଯୋଗ ନଥିବାରୁ ସେ ବ୍ୟାଙ୍କ୍ ର ମାର୍ଗଦର୍ଶିକା ପ୍ରକାରେ 49000 ଟଙ୍କାର ଉଠାଣ ଫର୍ମ୍ ଦାଖଲ କରିଥିଲେ I କିନ୍ତୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ବ୍ୟାଙ୍କ୍ ରେ ଏତେ ପରିମାଣର ଟଙ୍କା ନଥିବାର ବାହାନା ଦର୍ଶାଇ ଟଙ୍କା ଦେବାକୁ ମନା କରିଥିଲେ I କିନ୍ତୁ ସରୋଜଙ୍କ ବାରମ୍ବାର ଅନୁରୋଧ ପାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସରୋଜଙ୍କୁ ମାତ୍ର 3000 ଟଙ୍କା ପ୍ରଦାନ କରିଥିଲେ I କିନ୍ତୁ ସରୋଜଙ୍କର ମେଡିକାଲ୍ କାମ ଥିବାରୁ ସେ ପୁଣି 28 ତାରିଖରେ ବ୍ୟାଙ୍କ୍ କୁ ଯାଇ ଅନୁରୋଧ କରିବା ପରେ ତାଙ୍କୁ ତିରିଶି ହଜାର ଟଙ୍କା ଦେଇଥିଲେ I ପୁଣି ସରୋଜ ତୃତୀୟ ଥର ପାଇଁ ବ୍ୟାଙ୍କକୁ ଯିବା ପରେ ତାଙ୍କୁ 25000 ଟଙ୍କା ଦେଇ ପୁଣି ସୋମବାର ଦିନ ଆସିବା ପାଇଁ କହିଥିଲେ I ହରିହର ସାହିରୁ ବେଲଗୁଣ୍ଠାର ଦୂରତା ତିରିଶି କିଲୋମିଟର I ତେଣୁ ସରୋଜ ସୋମବାର ଦିନ ବ୍ୟାଙ୍କ୍ ରେ ପହଞ୍ଚିବା ବେଳକୁ ସାଢେ ଏଗାରଟା ହୋଇଯାଇଥିଲା I ସେଠାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସାଢେ ଦଶଟା ସୁଦ୍ଧା ବ୍ୟାଙ୍କ୍ ରୁ ପଇସା ସରିଯାଇଛି ବୋଲି କହିବା ସହିତ ସେଠାରେ କାର୍ଯ୍ୟରତ ମହିଳା କ୍ୟାସିୟର୍ ଏବଂ ପିଅନ୍ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ଦୁର୍ବ୍ୟବହାର ଦେଖାଇଥିବା ସରୋଜ ପ୍ରକାଶ କରି ଥିଲେ I ତେଣୁ ସରୋଜ ବାଧ୍ୟ ହୋଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ I ସରୋଜଙ୍କ ଠାରୁ ଖବର ପାଇ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ ସାହୁଙ୍କ ହସ୍ତକ୍ଷେପ ପରେ ଶାଖା ପରିଚାଳକ ସରୋଜଙ୍କୁ ନଗଦ 20000 ଟଙ୍କା ପ୍ରଦାନ କରିବା ସହିତ 49000 ଟଙ୍କା ଏବଂ 12000 ଟଙ୍କାର ଦୁଇଟି NEFT ମାଧ୍ୟମରେ ସରୋଜଙ୍କ ପ୍ରାପ୍ୟ ପ୍ରଦାନ କରିଥିଲେ I ସରୋଜ ନିଜ ପ୍ରାପ୍ୟ ପାଇବା ପରେ ବେଲଗୁଣ୍ଠା ପ୍ରେସକ୍ଲବ କୁ କୃତଜ୍ଞତା ଜଣାଇଛନ୍ତି I ତେବେ କେବଳ ସରୋଜ ନୁହଁନ୍ତି ବହୁ ଚାଷୀ ନିଜର ପ୍ରାପ୍ୟ ପାଇବା ପାଇଁ 20/ 30 କିଲୋମିଟର ଦୂରରୁ ଏହି ବ୍ୟାଙ୍କ୍ କୁ ଲଗାତାର ସମୟ ଏବଂ ଅର୍ଥ ବ୍ୟୟ କରି ଦୌଡ଼ି ଆସନ୍ତି ନିଜର ପ୍ରାପ୍ୟ ପାଇଁ ଏବଂ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାରର ଶିକାର ହୋଇ ନିରାଶରେ ଫେରି ଯାଆନ୍ତି I ବହୁ ଚାଷୀ ବ୍ୟାଙ୍କ୍ ର ଏହି ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ନିଜ ଖାତା ମଧ୍ୟ ବନ୍ଦ କରିସାରିଲେଣି I ଯଦି ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ନଜର ନ ଦିଅନ୍ତି ତେବେ ଖୁବ୍ ଶୀଘ୍ର ବେଲଗୁଣ୍ଠା ସମବାୟ ବ୍ୟାଙ୍କ୍ ଗ୍ରାହକ ଶୂନ୍ୟ ହୋଇଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I

0
0
0
s2sdefault