ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଠାରୁଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଲୋମ ଟାଙ୍କୁରା ଭଳି ଅଭିନବ ଘଟଣା । ପୁଅ କାଟିଦେଲା ବାପାର ମୁଣ୍ଡ । ପାରିବାରିକ କଳହ କୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ପୁଅ ସମ୍ଭୁ ସିଂ ଏକ ଧାରୁଆ ଟାଙ୍ଗିଆ ଅସ୍ତ୍ରରେ ବାପା ବାଇଧର ସିଂ ଙ୍କ ମୁଣ୍ଡ କାଟି ଦେଇଛି । ବାପାର କଟା ମୁଣ୍ଡ ଟି ଧରି ସକାଳ ପର୍ଯ୍ୟନ୍ତ ଘର ଅଗଣାରେ ବସି ରହି ସକାଳେ କଟା ମୁଣ୍ଡ କୁ ଏକ ବ୍ୟାଗ ରେ ପୁରାଇ ହତ୍ୟା କରିଥିବା ଅସ୍ତ୍ରକୁ ଧରି ଥାନାରେ ଆତ୍ମ ସମର୍ପଣ କରିଛି ପୁଅ । ମଙ୍ଗଳବାର ସକାଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖଇନି କିଣିବା ପାଇଁ ୧୦ ଟଙ୍କା ବାପା ଙ୍କୁ ମାଗି ଥିଲା ପୁଅ କିନ୍ତୁ ବାପା ଦେଇ ନ ଥିବାରୁ ବାପ ପୁଅ ଭିତରେ ବଚସା ହୋଇ ଏପରି ମୁଣ୍ଡ କାଟି ଦେଇଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା । ତେବେ ପୋଲିସ କଟାମୁଣ୍ଡ ଓ ମାରଣାସ୍ତ୍ର ଜବତ କରିବା ସହିତ ଆସାମୀ କୁ ଗିରଫ କରି ୨୯/୨୫ ରେ ଏକ ମାମଲା ରୁଜୁ କରିଛି। ତେବେ ସାଇଣ୍ଟିଫିକ ଟିମ୍ ଏବଂ ସଦର SDPO ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।
ରାଜ୍ୟ
ବିଭତ୍ସ କାଣ୍ଡ : ୧୦ ଟଙ୍କା ପାଇଁ ପୁଅ କାଟିଦେଲା ବାପାର ମୁଣ୍ଡ ।
- Hits: 13