ବାସୁଦେବପୁର - ବିଧାୟକ ଅଶୋକ କୁମାର ଦାସ ଙ୍କ ଜନ୍ମ ଦିନ ରେ କଂଗ୍ରେସ ପକ୍ଷ ରୁ ବାସୁଦେବପୁର ରେ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ ହୋଇ ଯାଇଛି। ସକାଳୁ ବିଧାୟକ ଅଶୋକ କୁମାର ଦାସ ଓ କଂଗ୍ରେସ କର୍ମୀ ମାନେ ମନ୍ଦିର ଯାଇ ପୂଜାପାଠ କରିଥିଲେ। ପରେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବିଧାୟକ ଶ୍ରୀଯୁକ୍ତ ଦାସ ଙ୍କ ସହ କଂଗ୍ରେସ କର୍ମୀ ମାନେ ଫଳ ବଣ୍ଟନ କରିଥିଲେ। ପରେ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇଛି। ବାସୁଦେବପୁର ର ସମସ୍ତ ପଞ୍ଚାୟତ ଓ ପୌର ପରିଷଦ ର ସମସ୍ତ ୱାର୍ଡ ରୁ କଂଗ୍ରେସ କର୍ମୀ ଓ ଜନ ସାଧାରଣ ମାନେ ଉପସ୍ଥିତ ରହି ସେଚ୍ଛାକୃତ୍ ଭାବ ରେ ରକ୍ତ ଦାନ କରିଥିଲେ। ଅନ୍ୟ କାର୍ଯ୍ୟ କ୍ରମ ରେ ବୃଦ୍ଧା ଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ କଂଗ୍ରେସ କର୍ମୀ ମାନଙ୍କ ସହ ବିଧାୟକ ଅଶୋକ କୁମାର ଦାସ। ଅନୁଷ୍ଠିତ ଏହି ସମସ୍ତ କାର୍ଯ୍ୟ କ୍ରମ କୁ ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ, ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଗଣେଶ ପ୍ରସାଦ ମଲ୍ଲିକ, ଚାନ୍ଦ ବାଲି କଂଗ୍ରେସ ନେତା ଦିଗମ୍ବର ଦାସ,ବାସୁଦେବପୁର ବ୍ଲକ କଂଗ୍ରେସ କାର୍ଯ୍ୟ କାରୀ ସଭାପତି ପ୍ରଭାତ ବାରିକ୍, ନଗର କଂଗ୍ରେସ କଂଗ୍ରେସ ନେତା ବିଜୟ ମହାନ୍ତି, ସରପଂଚ ସୁବାସ ପଣ୍ଡା ବିଗ୍ରହ,ମହିଳା କଂଗ୍ରେସ ନେତ୍ରୀ ମଞ୍ଜୁଲତା ପଣ୍ଡା, ଯୁବ କଂଗ୍ରେସ ନେତା ସୁବ୍ରତ ବେହୁରା,ସିଦ୍ଧାନ୍ତ ଦାସ, ସୁଶାନ୍ତ ମହାକୁଡ, ମନୋରଞ୍ଜନ ପାଢ଼ୀ , ଚନ୍ଦନ ନାୟକ, ବାଦଲ ନାୟକ,ଅକ୍ଷୟ ବାରିକ୍, ରମେଶ ଚନ୍ଦ, ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ, କାଉନସିଲର, ବହୁ ବରିଷ୍ଠ କଂଗ୍ରେସ କର୍ମୀ, ଯୁବ, ଛାତ୍ର ମହିଳା, କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।
ରାଜ୍ୟ
ବିଧାୟକ ଙ୍କ ଜନ୍ମ ଦିନ ରେ କଂଗ୍ରେସ ପକ୍ଷ ରୁ ବିଭିନ୍ନ କାର୍ଯ୍ୟ କ୍ରମ ଆୟୋଜନ।
- Hits: 7