ଖପ୍ରାଖୋଲ ରେ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ର କାର୍ଯ୍ୟ ଖସଡ଼ା ଅନୁମୋଦନ ଉପରେ ଆଲୋଚନା

ଖପ୍ରାଖୋଲ ୨୮/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ସ୍ଵତନ୍ତ୍ର ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ଗ୍ରାମସଭା ମାଧ୍ୟମ ରେ ପ୍ରସ୍ତୁତ କାର୍ଯ୍ୟଖସଡା ଗୁଡ଼ିକର ଅନୁମୋଦନ ଉପରେ କହିଥିଲେ। ବୈଠକରେ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହେବା ସହିତ ଏହି ଯୋଜନାରେ ରାଜ୍ୟ ସରକାର ପଂଚାୟତରାଜ ପ୍ରତିନିଧି ସର୍ବୋପରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କୁ ଗୁରୁତ୍ଵ ଦେଇ ଥିବାରୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂବରିହା, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ , ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ଭୋଇ ବିଭିନ୍ନ ବିଭାଗ ର ଅଧିକାରୀ, ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପରମେଶ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault