ହେଡଲାଇନସ୍:

ଓଡ଼ଗାଁ ବ୍ଳକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର, ମନରେଗା ଯୋଜନାରେ ଓଡ଼ଗାଁ ବ୍ଳକ ପଛୁଆ, ୯୭ ହଜାର ୩୨୨ଟଙ୍କାର ଆର୍ଥିକ ଅନିୟମିତତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନରେଗା ଯୋଜନାରେ ଓଡ଼ଗାଁ ବ୍ଳକ ପଛୁଆ, ୯୭ ହଜାର ୩୨୨ଟଙ୍କାର ଆର୍ଥିକ ଅନିୟମିତତା

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ସମ୍ପର୍କିତ ଜନ ଶୁଣାଣୀ ଶିବିର ମଙ୍ଗଳବାର ବ୍ଳକ ପରିସର ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ୟୟ ହୋଇଥିବା ଅର୍ଥ ନିମନ୍ତେ ଆବଶ୍ୟକ ୯୭ ହଜାର ୩୨୨ଟଙ୍କାର ଭାଉଚର ନଥିବା ଅଡିଟରୁ ଜଣାପଡ଼ିବା ପରେ ୭ ଦିନ ମଧ୍ୟରେ ଏହାର ସମାଧାନ କର, ନଚେତ ଟଙ୍କା ଭରଣା କରିବାକୁ ପ୍ରସ୍ତୁତ ରୁହ ବୋଲି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ତାଗିଦ୍ କରିଥିଲେ। ଲାଇନ୍ ବିଭାଗ ଗୁଡିକ ମଧ୍ୟରେ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ, ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ଅନିୟମିତତା ରହିଥିବା କାର୍ଯ୍ୟ ଗୁଡ଼ିକୁ ଖୁବଶୀଘ୍ର ସମାଧାନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ଆଦୈା ଆରମ୍ଭ କରିନଥିବା ବେଳେ ତାଙ୍କୁ ମନରେଗା ଯୋଜନାରେ ‌୧୩,୩୨୬ ଟଙ୍କା ଦେବାକୁ ନେଇ ବ୍ଳକ ପ୍ରଶାସନ ତରଫରୁ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ କହିଥିଲେ । ମନେରେଗା ଯୋଜନା ଅନ୍ତର୍ଗତ ୨୦୨୪/୨୫ ଆର୍ଥିକ ବର୍ଷ ଅପ୍ରେଲ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨ୟ ଚକ୍ରରେ ୧୩ କୋଟି ୨୬ ଲକ୍ଷ ୬୫ ହଜାର ଟଙ୍କା ପ୍ରସ୍ତାବିତ ଅର୍ଥରୁ ମାତ୍ର ୧୧ଲକ୍ଷ ୯୯ ହଜାର ବ୍ୟୟ ହୋଇଥିବା ବେଳେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବାବଦରେ ୯୯ ଲକ୍ଷ୍ୟ ୮୬ ହଜାର ଟଙ୍କା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବାବଦରେ ପ୍ରଦାନ କରାଯାଇଛି । ବ୍ଳକର ୨୨ଜଣ ଶହେ ଦିନର କାର୍ଯ୍ୟ ଶେଷ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ ହଜାର ୨ଶହ ୫୧ ଜବକାର୍ଡ ମଧ୍ୟରୁ ୧୬ ହଜାର ୬୭୫ ଜବକାର୍ଡ ଅଧିନରେ ୨୫ ହଜାର ୪୭୬ ଜବକାର୍ଡ ଧାରି କାର୍ଯ୍ୟ କରୁଛନ୍ତି । ତେବେ ୭ ହଜାର ୬ଶହ ୧୦ ପ୍ରକଳ୍ପ ମଧ୍ୟରୁ ୧୫୫୮ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୪୫୧ ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି। ଏବଂ ୩୬୦୧ ପ୍ରକଳ୍ପର କାର୍ଯ୍ୟ ଆଦୈା ଆରମ୍ଭ ହୋଇନାହିଁ । ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଲୋକପାଳ ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ନାରାୟଣ ବଳିଆର ସିଂହ, ଏବଂ ବ୍ଳକ ସାମାଜିକ ସମୀକ୍ଷକ ରାଜେଶ କୁମାର ଜେନା, ଅତିରିକ୍ତ ପୋଗ୍ରାମ ଅଧିକାରୀ ବିଭୁପ୍ରସାଦ ସାଥୁଆ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଶିବିରରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଭିଲେଜ ରିଶୋର୍ସ ପର୍ସନ ଯୋଗଦେଇଥିବା ବେଳେ ଅଳ୍ପ ସଂଖ୍ୟକ ଜନ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ମାନେ ଅଂଶଗ୍ରହଣ କରିଥିବା ଦେଖାଯାଇଥିଲା ।

0
0
0
s2sdefault