ହେଡଲାଇନସ୍:

ଷ୍ଟେଟବ୍ୟାଙ୍କ ଗ୍ରାହକସେବା କେନ୍ଦ୍ରରୁ ଲୁଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସଟର କାଟି ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ରୁ ଲୁଟ। ଧରୁଆଡିହି ଥାନା ବିରବିରା ରେ ଏହି ଲୁଟ୍ ହୋଇଥିବା ସୂଚନା ମିଳିଛି । ରାତି ରେ କେହି ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ ସଟର ର ତାଲା କାଟି ନଗଦ ୮୦ ହଜାର ଓ ଲାପଟପ ଲୁଟ କରି ନେଇଥିବା ବେଳେ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ କାଢି ନେଇଛନ୍ତି ଦୁର୍ବୃତ୍ତ। ପ୍ରଥମେ ବାହାରେ ଜଳୁ ଥିବା ଲାଇଟ କୁ ବାହାର କରି ଦେଲା ପରେ ଲୁଟ କରିଛନ୍ତି ଦୁର୍ବୃତ୍ତ। ଏହି ସେବା କେନ୍ଦ୍ର ଟି ବିରବିରା ର ଶିଖା ନାଏକ ଙ୍କ ନାରେ ରହିଥିବା ବେଳେ ତାଙ୍କ ବାପା ତରଣିସେନ ନାଏକ ସମସ୍ତ କାରବାର ବୁଝାବୁଝି କରନ୍ତି । ଗତକାଲି ସେ ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା କାଢି ଆଣିଥିଲେ । ଦିନ ଭରି ର କାରବାର ପରେ ୮୦ ହଜାର ଟଙ୍କା ବଳି ଥିଲା । ସବୁ ଦିନ ଭଳି କାଲି ମଧ୍ୟ ବଳକା ନଗଦ ଟଙ୍କା କ୍ୟାସ କାଉଣ୍ଟର ରେ ଛାଡି ସେବା କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ । ହେଲେ ଆଜି ସକାଳେ ଆସି ଦେଖିବାରୁ ରାତି ରେ କେହି ଦୁର୍ବୃତ୍ତ ସେବା କେନ୍ଦ୍ର ରେ କଳା କନା ବୁଲାଇଦେଇଛନ୍ତି । ପୋଲିସ ତଦନ୍ତ ଜାରି ରହିଛି।

0
0
0
s2sdefault