ହେଡଲାଇନସ୍:

 ଦୂତୀକେଶ୍ବର ମହାଦେବଙ୍କ ଜାଗରଯାତ୍ରା ଅନୁଷ୍ଠିତ, ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ସାମୁହିକ ପ୍ରଦୀପ ପ୍ରଜ୍ଵଳନ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦ ହଜାରରୁ ଉର୍ଦ୍ଧ୍ବ ମାନସିକଧାରୀଙ୍କ ସମାଗମ,

ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଜାମୁପାଟଣା ଠାରେ ଶୁଳିଆ ପାହାଡ଼ ପାଦଦେଶରେ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ ପ୍ରତିବର୍ଷ ପରି ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ୨୯ ତମ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଇଛି । ଆଜିର ସାମୁହିକ ପ୍ରଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମକୁ ମନ୍ଦିର କମିଟି ଉପସଭାପତି ତଥା କବି ପ୍ରଫୁଲ୍ଲ ମାଝୀ ଉଦଘାନ କରିଥିଲେ । ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାନସିକଧାରୀଙ୍କ ପ୍ରଦ୍ବୀପ ପ୍ରଜ୍ବଳନ ସହିତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ତତ୍ବାବଧାନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ୨୯ ତମ ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁଷ୍କରିଣୀ ପାହାଚ ଠାରୁ ଆରମ୍ଭକରି ସାରା ମନ୍ଦିର ପରିବେଶ ଦୀପାଲୋକରେ ଆଲୋକମୟ ହୋଇଉଠିଥିଲା । ଏବଂ ଘୃତ ବାସ୍ନାରେ ପରିବେଶ ପ୍ରଦୂଷଣ ମୁକ୍ତ ହେବା ସହିତ ଯଜ୍ଞଭଳି ଏକ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା । ଓଡ଼ିଶାର ଅନ୍ୟନ୍ୟ ଶୈବପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ପ୍ରକୃତିର ସବୁଜିମା କୋଳରେ ଆବିର୍ଭୁତ ଦିବ୍ୟ ଶକ୍ତିର ଆଧାର ପଶ୍ଚିମାମୁଖୀ ଶ୍ରୀଲିଙ୍ଗ ଦର୍ଶନକରି ମାନସୀକଧାରିଙ୍କ ସହିତ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଉପସ୍ଥିତୀରେ ମନ୍ଦିର ଶିବମନ୍ତ୍ରରେ ପ୍ରତିଧ୍ବନିତ ହୋଇଥିଲା । ସକାଳେ ଶ୍ରୀଲିଙ୍ଗ ମାଜଣା ପରେ କ୍ଷୀରରେ ଋଦ୍ରାଭିଷେକ କରାଯାଇ ଜଳସ୍ନାନ କରାଯାଇଥିଲା । ରାତି ୧୧ ଘଟିକା ସମୟେ ମହାଦୀପ ଉଠିଥିଲା । ପରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନରେ ବିଜେ କରି ବେଢ଼ା ପରିକ୍ରମା କରିଥିଲେ । ଘଣ୍ଟ, ଘଣ୍ଟା, ମର୍ଦଳ ମହୁରୀ ବାଜିବା ସହିତ ମାନସିକଧାରୀଙ୍କ ହରିବୋଲ ହୁଳହୁଳି ଶବ୍ଦରେ ବନଭୂମି ପ୍ରତିଧ୍ୱନି ହୋଇଥିଲା । ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ଜେନାଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଓଡ଼ଗାଁ ବ୍ଳକ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଦ୍ବାରା ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

0
0
0
s2sdefault