ହେଡଲାଇନସ୍:

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଜାତୀୟ ସେବା ଯୋଜନା ଦ୍ବାରା ଦିନିକିଆ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର:(ସେକ କୌସର):ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଏକ ଦିନିକିଆ ଶିବିର ଆୟୋଜନ କରାଯାଇ ବାଟୋଇ ତଥା ଗଛବାଲୁଙ୍କେଶ୍ବର ମନ୍ଦିରକୁ ଆସୁଥିବା ଭକ୍ତଜନ ମାନଙ୍କୁ ଜଳଛତ୍ର ମାଧ୍ୟମରେ ଜଳ ବଣ୍ଟନ କରାଯାଇଥିଲା । ଏହି ଜଳ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଆରମ୍ଭ ହୋଇ ସଂନ୍ଧ୍ଯା ୬ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ଦିନିକିଆ ଶିବିର ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ଦ୍ବାରା ଉଦଘାଟନ ହୋଇଥିଲା। ଏହି ଦିନିକିଆ ଶିବିର ଟି ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା।

0
0
0
s2sdefault