ଡାବୁଗାଁ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୪/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା,ସ୍ବାସ୍ଥ୍ୟ,ଜଳ ଓ ପରିମଳ,ଗମନା ଗମନ,ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ,ପଶୁ ସମ୍ପଦ,ସାମାଜିକ ସୁରକ୍ଷା,ମଙ୍ଗଳ ବିଭାଗ, ବନ ବିଭାଗ,ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ଆଦି ବିଭାଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ପୂର୍ତ୍ତ ବିଭାଗ ଦ୍ଵାରା ଜାରି ରହିଥିବା ଡାବୁଗାଁ - ମାନିଗାଁ ରାସ୍ତା ନିର୍ମାଣ ସମ୍ପୂର୍ଣ ନେଇ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ଡ୍ରେନ ନିର୍ମାଣ ସହ କଳସ ମଣ୍ଡପ ଠାରୁ ବସ ଷ୍ଟାଣ୍ଡ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟ କୁ ତୁରନ୍ତ ସାରିବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହରେ କୃଷ୍ଣ ରାଉତ ଙ୍କୁ ଜନ ପ୍ରତିନିଧି କହିଥିଲେ। ଡାବୁଗାଁ ବନ ବିଭାଗ ଅଧିନରେ ଥିବା ମେଦନା ରୋଡ ନିକଟ ରେ ଗାଈ ଗରୁ ସହ ପଶୁ ପକ୍ଷୀ ଙ୍କ ପାଣି ସୁବିଧା ପାଇଁ ଆଡି ବନ୍ଧ ନିର୍ମାଣ କରିବାକୁ ଭାରପ୍ରାପ୍ର ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକଙ୍କୁ ଅଭିଯୋଗ କରାଯାଇଥିଲା। ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନା କୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଥିଲା। ଏଥିରେ ସାଂସଦ ଙ୍କ ପ୍ରତିନିଧି ଭାବେ ମନୋଜ କୁମାର ପାତ୍ର( ପାପୁ), ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମା ରାଓ ଚୌଧୁରୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବିଡିଓ ଶରତ ମାଝୀ,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ୧ ଧନ ସିଂ ଭତରା, ଜିପିଇଓ ପଦ୍ମନାଭ ଭାଲ୍ଲା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଡ ବ୍ଲୁ ଇଓ ଆଦିତ୍ୟ ନାରାୟଣ,ରଥ,ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର ସାହୁ, ଏବିଇଓ ଭଗବାନ ମାଝୀ,ଅଙ୍ଗନୱାଡି ସୁପର ଭାଇଜର ରୋଜାଲିନ ପ୍ରଧାନ ସହ ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଓ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପିଇଓ ଏଡି ପ୍ରସାଦ ପରିଚାଳନା କରିଥିଲେ।

0
0
0
s2sdefault