ଗିଧମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡୁଙ୍ଗୁରିପାଲି, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟରସ୍ଥିତ ଗିଧମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପଞ୍ଚସଖା ଶିକ୍ଷାସେତୁ ସଭାପତି ସୁରେଶ ବଗର୍ତ୍ତୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଶୃଙ୍ଖଳା ଚାର୍ଟ ର ବ୍ୟବହାର କଲେ ଛାତ୍ରଛାତ୍ରୀମାନେ ସମୟ ର ସଦୁପଯୋଗ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବ ସିଆରସିସି ହାରାଧନ ବେରିଆ ,ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ହେମସାଗର ପଧାନ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ପ୍ରଧାନଶିକ୍ଷକ ସୁଦନ ବରିହା ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଶିକ୍ଷକ ସୁଶୀଲ ସେଠୀ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନ ରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା l ପୁରାତନ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଗିଧମାଲ ଗ୍ରାମବାସୀ ସହଯୋଗ କରିଥିଲେ l ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନମୋହିଥିଲା l

0
0
0
s2sdefault