ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାରେ ଅନୁଷ୍ଠିତ ବୈଠକରେ 2025-26 ବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି |
ନୂତନ ମନୋନୀତ ପାର୍ଥୀ ଭାବେ ଅଧ୍ୟକ୍ଷ- ସିଏ ମହେନ୍ଦ୍ର କୁମାର ସାହୁ , ଉପାଧ୍ୟକ୍ଷ - ସିଏ ଗୌତମ ଲେଙ୍କା, ସଚିବ- ସିଏ ପୃଥ୍ୱୀ ରଞ୍ଜନ ପାଢ଼ୀ , କୋଷାଧ୍ୟକ୍ଷ ତଥା ଛାତ୍ର ସଂଗଠନର ଅଧ୍ୟକ୍ଷ- ସିଏ ସୌମ୍ୟ ସୁନୀଲ ସାହୁ, ପରିଚାଳନା ସମିତି ସଦସ୍ୟ - ସିଏ ଗଗନ ବିହାରୀ ଦାସ , ସିଏ ପ୍ରଣବ କିଶୋର ଦାସ ଏବଂ ସିଏ ଶାସ୍ୱତ ତ୍ରିପାଠୀ ହୋଇଛନ୍ତି।
ନୂତନ ପରିଚାଳନା କମିଟି ସଦସ୍ୟମାନେ ICAI ର ସାମଗ୍ରିକ ଉନ୍ନତି ପାଇଁ ସେମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ଵ ତୁଲାଇବା ତଥା ନେସନ ବିଲଡିଂ ଦିଗରେ ସହଯୋଗ କରିବାରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ଜାରି ରଖିବେ ବୋଲି ସଂକଳ୍ପ ନେଇଛନ୍ତି । ଚାର୍ଟର୍ଡ଼ ଏକଉଣ୍ଟାଣ୍ଟ, CA ଛାତ୍ରଛାତ୍ରୀ ତଥା ଦେଶ ଗଠନ ପାଇଁ ଆଗାମୀ ଦିନରେ ନୂତନ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସୂଚନା ଦେଇଛନ୍ତି |
ରାଜ୍ୟ
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖା ନୂତନ କର୍ମକର୍ତ୍ତା
- Hits: 28