ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର କ୍ଲଷ୍ଟର ଅନ୍ତର୍ଗତ ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରକାଶଚନ୍ଦ୍ର ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗୋକୁଳ ଘିବେଲା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଦୌଡ଼, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ସଟ ପୁଟ, ଡିସ୍କସ ଥ୍ରୋ,ମ୍ୟୁଜିକ ଚେୟାର,ପୁଚି ପରି ଇଭେଣ୍ଟ ରେ ଖେଳ ଅନୁଷ୍ଠିତ ହୋଇଥିଲା l ,ଖେଳାଳୀ ଦିଲୀପ ଦୀପ ଓ କ୍ରିଷ୍ଣା ଘିବେଲା ଖେଳ ପରିଚାଳନା କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଓ ପାଚିକାମାନେ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ରମେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ତିଳେଇମାଲ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ
- Hits: 34