ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏସଏମସି ଅଧ୍ୟକ୍ଷ ଦିଲୀପ ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଡୁଙ୍ଗୁରିପାଲି ବ୍ଲକ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ଙ୍କ ବିକାଶ ରେ ବାର୍ଷିକ ଉତ୍ସବ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବ ସିଆରସିସି ପଉଲସ୍ତି ବାରିକ, ସମ୍ମାନିତ ଅତିଥିଭାବେ ସିଆରସିସି ରଞ୍ଜନ ଦାଶ ଉପସ୍ଥିତ ଥିଲେ l ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମାଝୀ ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷକ ଗୌତମ ସାହୁ ଅତିଥି ପରିଚୟ କରିଥିବାବେଳେ ଶିକ୍ଷକ କୁବେର ପଧାନ ସଭାପରିଚାଳନା କରିଥିଲେ l ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ତଥା ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା, ତଥା ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନ ରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା l ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜ୍ଞାନେନ୍ଦ୍ରି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ,ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଓ ସହଲା ଗ୍ରାମବାସୀ ସହଯୋଗ କରିଥିଲେ l ଶିକ୍ଷକ ରମେଶ ସାଥୁଆ,ବିଭୀଷଣ ଷାଣ୍ଢ, ଶିକ୍ଷୟିତ୍ରୀ କୃପାଳିନୀ ସେଠ,ମଞ୍ଜୁ ପିଙ୍ଗ ଓ ଲିପିକା ପ୍ରଧାନ ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନମୋହିଥିଲା l
ରାଜ୍ୟ
ସହଲା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
- Hits: 87