ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁର,ତା ୧୨/୦୨-ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |ଜିଲ୍ଲା ସଭାପତି ଶେଖର ଖୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖୋରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଓ ୟୁ ଡବ୍ଲୁ ଜେ ସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ,ରାଜ୍ୟ କାର୍ଯ୍ୟ କାରି କମିଟି ର ତ୍ରିଲୋଚନ ଖୁଣ୍ଟିଆ, ଅଭିଷେକ କେଶରୀ ସିଂ, ବାର୍ଥ ହରିଜନ,ନବରଙ୍ଗପୁର ଓ ୟୁ ଡବ୍ଲୁ ଜେ ସଂଘର ଆଇନ ପରାମର୍ଶ ଦାତା ଶିରାଜ ଉଦ୍ଦୀନ ମହମ୍ମଦ.ସମାଜ ସେବି ସେବକ ଗରଡ଼ା.ଯୋଗ ଦେଇଥିବା ବେଲେ ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗ ଦେଇଥିଲେ |କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସର୍ବ ଧର୍ମକୁ ସଂମାନ ଦେଇ ଧୂପ ଦୀପ ସହିତ ପ୍ରଦୀପ ପ୍ରଜଲନ କରି , ଜାତୀୟ ସଂଗୀତ ଗାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଓ ୟୁ ଡବ୍ଲୁ ଜେ ସଂଘର ଉପ ସଭାପତି ହିମାଂଶୁ ବାଘ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ, କୋଷାଧକ୍ଷ ରଞ୍ଜିତ ନାୟକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ଏକ ଆଲୋଚନା ଚକ୍ର ମଧ୍ୟ ଥିଲା "ବର୍ତମାନର ସ୍ଥିତିରେ ସାମ୍ବାଦିକ ମାନେ କିଭଳି ସୁରକ୍ଷିତ ରହି ସମ୍ବାଦ ସଂଗ୍ରହ ଓ ପରିବେଷଣ କରିପାରିବେ" |ଆଲୋଚ୍ୟ ପ୍ରସଙ୍ଗରେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଭାଗନେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ ନିର୍ଭିକ, ନିରପେକ୍ଷ ଓ ସତ୍ୟ ସମ୍ବାଦ ସଂଗ୍ରହ କରି ତାର ପ୍ରସାରଣ କରିବାକୁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ର ୧୦ଗୋଟି ବ୍ଲକରୁ ପାଖାପାଖି ୫୦ଜଣ ସାମ୍ବାଦିକ ଯୋଗଦେଇଥିଲେ |କାର୍ଯ୍ୟକ୍ରମର ଶେଷରେ ଚଳିତ ବର୍ଷର ସକ୍ରିୟ ସାମ୍ବାଦିକ ଭାବେ ନନ୍ଦାହାଣ୍ଡି ବ୍ଲକର ଘାସିରାମ ହରିଜନ, ସମାଜ ସେଵୀ ଭାବେ ନରସିଙ୍ଗ ବାଘ,ଏବଂ ଚଳିତ ବର୍ଷର ବେଷ୍ଟ ୟୁନିଟ ଭାବେ ତେନ୍ତୁଳୀଖୁଣ୍ଟି ବ୍ଲକ ସାମ୍ବାଦିକ ସଂଘକୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା |

0
0
0
s2sdefault