ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମଗ୍ରିକ ବିକାଶ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାୟାବର୍ହା, ରାମପୁର, ବାଙ୍କିପାଲି, ଗଜବନ୍ଧ, ଅନ୍ଧାରିବାଞ୍ଜି, ବେହେରାମାଲ ଓ ସମଲେଇଚୁଆଁ କ୍ଲଷ୍ଟର ର ୫୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତିନିଦିନିଆ ବିଦ୍ୟାଳୟ ପରିଚାଳନା ପାଇଁ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ନେଇଥିଲେ l ପ୍ରଶିକ୍ଷକ ମୀନକେତନ ପଧାନ, ଆନନ୍ଦ ପଧାନ, ନାରାୟଣ ମେହେର ଓ ହିମାଂଶୁ ସାହୁ ତାଲିମ ପ୍ରଦାନ କରିଥିଲେ। ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଉପାଧ୍ୟକ୍ଷ ଅକ୍ଷୟ ବେରିଆ, ଡୁଙ୍ଗୁରିପାଲି ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା, ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ସେଠ୍ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହେମସାଗର ବାଘ, ବାଙ୍କୀପାଲି ସିଆରସିସି ସୁନୀଲ ସେଟ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନୁପକୁମାର ଗଡ଼ନାୟକ ନିଜ ଲିଖିତ ପୁସ୍ତକ ଆମ ପ୍ରକୃତି ଓ ଭକ୍ତି ସାଗର କୁ ବିନା ମୂଲ୍ୟରେ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ପାଠାଗାର ର ଅଭିବୃଦ୍ଧି ଉଦ୍ଦେଶ୍ୟ ରେ ପ୍ରଦାନ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ସିଆରସିସି,ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l
ରାଜ୍ୟ
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ତ୍ରିଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ
- Hits: 6