ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ ମଣ୍ଡଳ ପୋଖରୀ ଠାରେ ଥିବା ଖେଳ ପଡିଆ ରେ ଅଲ୍ ଓଡିଶା ଚନ୍ଦନ ସ୍ମାରକୀ ପ୍ରିମିୟର ଲିଗ୍ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଏହାକୁ ମନ୍ଦାରୀ ସକ୍ସେସ୍ କ୍ଲବ୍ ଆୟୋଜିତ କରିଥିଲା ଏହି ଖେଳ ଟି ୪ ଦିନ ଧରି ଚାଲିଥିଲା ଏବଂ ଏହି ଖେଳ ରେ ଓଡ଼ିଶା ରେ ମୋଟ ୮ ଟି ଜିଲ୍ଲା ର ୮ ଟି ଭଲ ଭଲ ଟିମ୍ ଅଂଶ ଗ୍ରହଣ କରିଥିଲେ । ଶେଷ ତଥା ଅନ୍ତିମ ଖେଳ ଟି
ସୁହାନି ଇଲେଭେନ ୱେଷ୍ଟ ବେଙ୍ଗଲ୍ ଏବଂ ଚିକୁ ଚେଞ୍ଜେଶ୍ କେଉଁଝର ସହିତ ଖେଳା ଯାଇଥିଲା, ଏହି ଫାଇନାଲ ମ୍ୟାଚ୍ ଟି ୩ ଟି ଫର୍ମାଟ ରେ ଖେଳା ଯାଇଥିଲା ଏହାକୁ ସୁହାନି ଇଲେଭେନ ୱେଷ୍ଟ ବେଙ୍ଗଲ୍ ଲଗାତାର ଦୁଇଟି ମ୍ୟାଚ୍ ଜିତି ବିଜୟ ର ଟୀକା ପିନ୍ଧିଥିଲା। ଏହି ମ୍ୟାଚ୍ ଟିକୁ ଦୁଇ ଆମ୍ପାୟାର ଦେବାଶିଷ ମଲ୍ଲିକ ଏବଂ ଅବିନାଶ ନାୟକ ତୁଲାଇଥିଲେ।
ଏଥିରେ ମ୍ୟାନ୍ ଅଫ ଦ ମ୍ୟାଚ୍ ମାନିକ୍ ଚାନ୍ଦ ହୋଇଥିଲେ ଏବଂ ମ୍ୟାନ ଅଫ ଦ ସିରିଜ ମଧ୍ୟ ମାନିକ୍ ଚାନ୍ଦ ହୋଇଥିଲେ
ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବାସୁଦେବପୁର ଥାନା ର ଆଇଆଇସି ଲୋପାମୁଦ୍ରା ନାୟକ ଉପସ୍ଥିତ ରହି ବିଜେତା ଏବଂ ରନସ ଅଫ ଦଳ କୁ ଟ୍ରଫି ଏବଂ ଆର୍ଥିକ ରାଶି ପ୍ରଦାନ କରିଥିଲେ
କ୍ଳବ୍ ର ସଭାପତି ମୁକେଶ କୁମାର ମଲ୍ଲିକ, ସମ୍ପାଦକ କୈଳାସ ମହାରଣା, ଉପସଭାପତି ଗୌରାଙ୍ଗ ରାଉତ୍, ସହ ସମ୍ପାଦକ ବିକାଶ ରଞ୍ଜନ ବେହେରା ଙ୍କ ସହିତ ଉତ୍ତମ, ଶଶି, ଅମିତ୍, ବିଜୟ, ହରି , ଜଗା, ଦିବ୍ୟ, ବନ୍ଧନ, ଜୀବନ, ଅଜୁ, ଚିତ୍ତ , ବାଦଲ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।
ରାଜ୍ୟ
ଚତୁର୍ଥ ଅଲ୍ ଓଡ଼ିଶା ଚନ୍ଦନ ସ୍ମାରକୀ ମନ୍ଦାରୀ ପ୍ରିମିୟର ଲିଗ୍ ଉଦଯାପିତ।
- Hits: 2