ହେଡଲାଇନସ୍:

ସନାତନ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ କିଷ୍ମତ କୃଷ୍ଣପୁର ରେ ସନାତନ ସରକାରୀ ଉଚ୍ଚ ବିଦ୍ୟାଳୟ  ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ପ୍ରଥମ ଅଧିବେଶନ ରେ ଅତିଥି ଭାବେ ଶିକ୍ଷାବିତ୍ ତପନ କୁମାର ଦାସ, ଗଙ୍ଗାଧର ବେହେରା, ବସୁମତୀ ମାଝୀ, କାହ୍ନୁ ଚରଣ ବନ୍ଧ , ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଳାସ କୁମାର ନାୟକ, ପରିଚାଳନା କମିଟି ସଭାପତି ଅଜୟ କୁମାର ରାଉତ ଯୋଗ ଦେଇଥିଲେ।। ସଭାପତି ପୂର୍ବତନ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବେହେରା ଙ୍କ ସଭାପତିତ୍ଵ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ସେହିପରି ଦ୍ବିତୀୟ ଅଧିବେଶନ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବେହେରା ଙ୍କ ସଭାପତିତ୍ବ ରେ ଅତିଥି ଭାବେ ବିଡିଓ ତନ୍ମିତା କର, ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର, ଶିବ ପ୍ରସାଦ ବାରିକ୍, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମନୋରଞ୍ଜନ ରାଉତ, ବିଳାସ କୁମାର ନାୟକ, ଅଜୟ କୁମାର ରାଉତ ଯୋଗ ଦେଇଥିଲେ।ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଅତିଥି ପରିଚୟ ଶିକ୍ଷୟିତ୍ରୀ ରିତା ମଣୀ ପାଢ଼ୀ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବ ଚରଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ।। ।। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଚିରଞ୍ଜିବୀ ଭୋଇ ଙ୍କ ସଂଯୋଜନା ରେ ପୁରସ୍କାର ପ୍ରଦାନ କରାଯାଇଛି। ଧନ୍ୟବାଦ୍ ଶିକ୍ଷକ ସୁବାସ ଚନ୍ଦ୍ର ବାରିକ୍ ପ୍ରଦାନ କରିଥିଲେ।ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ   , ସଙ୍ଗୀତ , ନୃତ୍ୟ ଅନୁଷ୍ଠିତ   ହୋଇ ଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷାବିତ୍,, ଉପସ୍ଥିତ ରହି ଥିଲେ।

0
0
0
s2sdefault