ହେଡଲାଇନସ୍:

ଶିଶୁ ବିହାର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଶିଶୁ ବିହାର ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ଅତିଥି ଭାବେ  ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ମୁଖ୍ୟ ବକ୍ତା ଭାବେ କବି ଦୀନବନ୍ଧୁ ପତି, ସମ୍ମାନିତ ଅତିଥି ଭାବେ ଗୌରାଙ୍ଗ ଚନ୍ଦ୍ର ବିଶ୍ଵାଳ ଓ ବିଦ୍ୟାଳୟ ର ସଭାପତି ମାନସ ସାହୁ, ସମ୍ପାଦକ ଭାବଗ୍ରାହୀ ନାୟକ ଓ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ମହାରଣା ଉପସ୍ଥିତ ଥିଲେ।। ସଭାପତି ମାନସ ସାହୁ ଙ୍କ ସଭାପତିତ୍ଵ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ପ୍ରଧାନ ଆଚାର୍ଯ୍ୟ। ସନ୍ତୋଷ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସର ରେ   ବାର୍ଷିକ ମୁଖ ପତ୍ର ମହକ ର ଶୁଭ ଉନ୍ମୋଚନ ଅତିଥି ମାନେ କରିଥିଲେ। ଅନୁଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟ କ୍ରମ କୁ କବି ବିକାସ ଶତପଥୀ ଙ୍କ ସଂଯୋଜନା ରେ ଯୁବ ସାହିତ୍ୟିକ ସଞ୍ଜୟ ପଣ୍ଡା, ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ନାୟକ, ଯାତ୍ରା କଳାକାର ଲତା ମଣ୍ଡଳ ଙ୍କୁ ବିଦ୍ୟାଳୟ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସଭାପତି ମାନସ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ  ନାଟକ କେତେ ଦୁଃଖ ଦବୁ ଦେ ରେ କାଳିଆ ଅନୁଷ୍ଠିତ   ହୋଇ ଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷାବିତ୍,, ଉପସ୍ଥିତ ରହି ଥିଲେ।

0
0
0
s2sdefault