ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡା ବୁଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ଏକ ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିଲା। ୧୯୫୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ପ୍ରଥମ ଥର ପାଇଁ ତାର ବାର୍ଷିକ ଉତ୍ସବ ପାଳନ କରିଛ।ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସଦର ବ୍ଲକ ଅଧ୍ୟକ୍ଷ ସୁବ୍ରତ ମାଝୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅଞ୍ଚଳର ଦୁଇଟି ଉଚ୍ଚବିଦ୍ୟାଳୟ ଯଥା ସଲଙ୍ଗା ବୁଡ଼ ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ଲହଣ୍ଡା ବୁଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକମନବୋଧ ପୃଷେଟ ଓ ଚନ୍ଦ୍ରଭାନୁ ପ୍ରଧାନ, ସରପଞ୍ଚ ରାଜକିଶୋରି ଏକ୍କା, ସମିତି ସଭ୍ୟ ବାବୁଲି କର,ସିଆରସିସି ଶ୍ରୀକାନ୍ତ ପଟେଲ, ତଥା ସଲେପାଳି କ୍ଲଷ୍ଟର ର ସମସ୍ତ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ ଗ୍ରାମର ବ୍ୟକ୍ତିଗଣ ଉପସ୍ଥିତ ଥିଲେ।
ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ତଥା ସମାପ୍ତି ସୂଚକ ଆକଳନ-୧ ପରୀକ୍ଷା ହୋଇଥିଲା। କୃତି ହୋଇଥିବା ତଥା ବିଶେଷ ଦକ୍ଷତା ଦେଖାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ଉତ୍ସବରେ ବିଦ୍ୟାଳୟର ପୂର୍ବ ଛାତ୍ରଛାତ୍ରୀମାନେ, ଅଭିଭାବକମାନେ, ଓ ଅଞ୍ଚଳବାସୀମାନେ ବି ଉତ୍ସାହିତ ର ସହ ଅଂଶଗ୍ରହଣ କରିଥିଲେ।
ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ କ୍ରମରେ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଗୋପାଳ ପ୍ରଧାନ ବିବରଣୀ ପାଠ କରିଥିବାବେଳେ ଲହଣ୍ଡା ବୁଡ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଝରଣା ତନ୍ତୀ ମଞ୍ଚ ପରିଚାଳନା କରିଥିଲେ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ସ୍କୁଲ୍ ର ଶିକ୍ଷୟତ୍ରୀ ନିବେଦିତା ପଟେଲ।