ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ ପ୍ରଦୀପ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବ୍ଳକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ସଭାପତି ଶିକ୍ଷାବିତ୍ ଅଭିମନ୍ୟୁ ବେହେରା ଙ୍କ ସଭାପତିତ୍ଵ କରିଥିଲେ। ମଞ୍ଚ ଆମନ୍ତ୍ରଣ ସମ୍ପାଦକ ଅଧ୍ୟାପକ ଚନ୍ଦ୍ର ଶେଖର ବେହେରା କରିଥିବା ବେଳେ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଉପ ସଭାପତି ସୁଧାଂଶୁ ଶେଖର ମିଶ୍ର କରିଥିଲେ। ଅନୁଷ୍ଠିତ ମଞ୍ଚ କାର୍ଯ୍ୟ କ୍ରମ କୁ ସଂଯୋଜକ ଅଚ୍ୟୁତାନନ୍ଦ ପାଢ଼ୀ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସର ରେ ଅତିଥି ମାନେ ବିଦ୍ୟାଳୟ ର ମୁଖପାତ୍ର ସୃଜନୀ ଓ ଶିକ୍ଷାବିତ୍ ଅଭିମନ୍ୟୁ ବେହେରା ଙ୍କ ଭକ୍ତ ପ୍ରହଲ୍ଲାଦ, ମୁଠିଏ ଚାଉଳ ଗୋଟିଏ ଟଙ୍କା,ଓ ସତ୍ୟ କାହାଣୀ ମାଳା ପୁସ୍ତକ ଲୋକାର୍ପଣ କରିଥିଲେ। ବିଦ୍ୟାଳୟ ପକ୍ଷ ରୁ ବିଧାୟକ ଅଶୋକ କୁମାର ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଭାବ ଏମ ବି ବି ଏସ ଛାତ୍ର ସୌମ୍ୟ ରଂଜନ ମହାନ୍ତି, କୃତି ଛାତ୍ରୀ ମୋନାଲିସା ଦାସ, କୃତି ଛାତ୍ର ସାଇ ଶୁଭମ୍ ସମ୍ଭବ ମଲ୍ଲିକ, ଶୁଭମ୍ ଜ୍ୟୋତି ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଧନ୍ୟବାଦ୍ ସମ୍ପାଦକ ଚନ୍ଦ୍ର ଶେଖର ବେହେରା ପ୍ରଦାନ କରିଥିଲେ। ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନାଟକ ଭକ୍ତ ପ୍ରହଲ୍ଲାଦ , ସଙ୍ଗୀତ , ନୃତ୍ୟ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଶିକ୍ଷାବିତ୍,, ଉପସ୍ଥିତ ରହି ଥିଲେ।
ରାଜ୍ୟ
ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ।
- Hits: 3