ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା: ୦୫-୦୨-୨୦୨୫ରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁଣପୁର ବ୍ଲକ ପରିସରରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବର ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର, ରେଗାଡ଼ା ସରପଞ୍ଚଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସ୍ଵଭ୍ୟା, ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ଗାଁର ବିକାଢ଼ ହେଲେ ଓଡ଼ିଶାର ବିକାଶ, ଓଡ଼ିଶାର ବିକାଶ ହେଲେ ଭାରତର ବିକାଶ ସମ୍ଭବ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ । ରାସ୍ତା, ପାନୀୟ ଜଳ, କଲ୍ୟାଣ ମଣ୍ଡପ, ଡ୍ରେନ, ପାଠାଗାର, ଭାଗବତ ଟୁଙ୍ଗି ଭଳି ଜନହିତରେ ଲାଗୁଥିବା ସମସ୍ତ କାର୍ଯ୍ୟ ଏହା ମାଧ୍ୟମରେ ହୋଇ ପାରିବ ଓ ପାଞ୍ଚ ବର୍ଷିଆ ଆକ୍ସନ ପ୍ଲାନ ପ୍ରସ୍ତୁତି କରିବାକୁ ସୂଚନା ଦେଇଥିଲେ । ବ୍ଲକ ବିତ୍ତୀୟ ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦିବାକର, ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ କର୍ମୀ ଅନନ୍ତ ପାତ୍ର ସଂଯୋଜନା କରିଥିଲେ ।