ନୂଆଗଡ଼ରେ ଏଏମ୍/ଏନ୍ ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମିତ ଲୋକ ବିକାଶ କେନ୍ଦ୍ର ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରାଦ୍ଵୀପ,ଫେବୃଆରି୦୩ ,୨୦୨୫:ନିଜ କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଏହାର ସିଏସ୍ଆର୍ ପଦକ୍ଷେପର ଏକ ଅଂଶ ଭାବରେ ନୂଆଗଡ଼ ଗ୍ରାମରେ ଏକ ଲୋକ ବିକାଶ କେନ୍ଦ୍ର ସ୍ଥାପନ କରିଛି।ଉକ୍ତ କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)ତଥା ସ୍ଥାନୀୟ ବିଧାୟକ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦଘାଟନ କରଛନ୍ତି ।ଏହି ଅବସରରେ ନୂଆଗଡ଼ ସରପଞ୍ଚଶ୍ରୀ ଦେବେନ୍ଦ୍ର ରାଉତଉପସ୍ଥିତଥିଲେ ।
ଜୀବିକାର ଅଧିକ ରୁ ଅଧିକ ସୁଯୋଗ ସୃଷ୍ଟି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଧନ୍ଦାମୂଳକ ଦକ୍ଷତା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିବା ଏହି ଲୋକ ବିକାଶ କେନ୍ଦ୍ରର ପ୍ରମୁଖ ଲକ୍ଷ୍ୟ ।ଏହି ଲୋକ ବିକାଶ କେନ୍ଦ୍ରରେ ମହିଳାମାନଙ୍କୁ ଛତୁ ଚାଷ, ସିଲାଇ, ଟେରାକୋଟା,ଖେଳନା ପ୍ରସ୍ତୁତି, ବାଜରା ଭିତ୍ତିକ ଉତ୍ପାଦ, ପ୍ରକ୍ରିୟାକୃତ ଶୁଖିଲା ଖାଦ୍ୟ, ଫିନାଇଲ ପ୍ରସ୍ତୁତିଓ ଅନ୍ୟ ବିଷୟରେ ତାଲିମ ପ୍ରଦାନ କରାଯିବ । ଦକ୍ଷତା ବିକାଶ ବ୍ୟତୀତ ଏହି କେନ୍ଦ୍ରରେ ମାଇକ୍ରୋ ଇନସ୍ୟୁରାନ୍ସ, ପାରିବାରିକ ପରାମର୍ଶ, ବାଲ୍ୟ ବିବାହ, ଘରୋଇ ହିଂସା, ସକାରାତ୍ମକ ଚିନ୍ତାଧାରା ଏବଂ ଶିକ୍ଷାଭଳି ପ୍ରମୁଖ ସାମାଜିକ ପ୍ରସଙ୍ଗ ଉପରେ ସଚେତନତା ଅଧିବେଶନର ଆୟୋଜନ କରାଯିବ, ଯାହାଦ୍ୱାରା ମହିଳାମାନଙ୍କ ଜ୍ଞାନ ଓ ଆତ୍ମବିଶ୍ୱାସରେ ବୃଦ୍ଧି ଅଣାଯିବା ସହିତ ସେମାନଙ୍କୁ ସଶକ୍ତ କରାଯାଇପାରିବ।
୬୦୦ରୁ ଅଧିକ ମହିଳା ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବାକୁ ଥିବାବେଳେ ଲୋକ ବିକାଶ କେନ୍ଦ୍ର ସେମାନଙ୍କୁ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ମଧ୍ୟ ସହାୟତା କରିବ। ଦୀର୍ଘମିଆଦୀ ସ୍ଥାୟୀତ୍ଵକୁ ସୁନିଶ୍ଚିତ କରିବା ପାଇଁ, ଏଏମ୍/ଏନ୍ ଏସ୍ ଇଣ୍ଡିଆଏହି ମହିଳାମାନଙ୍କ ଦ୍ୱାରା ନିର୍ମିତ ଉତ୍ପାଦଗୁଡିକ ପାଇଁ ବଜାର ସଂଯୋଗିକରଣ ଏବଂ ଏହାର ମୂଲ୍ୟବର୍ଦ୍ଧନ ଦିଗରେ ମଧ୍ୟ ସହାୟତା କରିବ, ଯାହାଦ୍ୱାରା ସେମାନଙ୍କ ସାମଗ୍ରୀ ବଡ଼ ବଜାରରେ ପହଞ୍ଚିବା ସହିତ ସେମାନେ ଆର୍ଥିକସ୍ୱାଧୀନତା ହାସଲ ପାଇଁ ସକ୍ଷମ ହୋଇପାରିବେ ।
ଉଦଘାଟନୀ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୋଷ୍ଠୀମାନଙ୍କ ବିକାଶ ପାଇଁ ଏଏମ୍/ଏନ୍ ଏସ୍ ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ମହିଳାମାନଙ୍କୁ ଅତ୍ୟାବଶ୍ୟକ ଦକ୍ଷତା ଏବଂ ବଜାରରେ ସାମଗ୍ରୀ ବିକ୍ରି ପାଇଁ ସକ୍ଷମ କରାଇବା ଦ୍ୱାରା ଗ୍ରାମୀଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।
ଏହି ଅବସରରେ ଏଏମ୍/ଏନ୍ ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି କହିଥିଲେ ଯେ, “ଏହି ପଦକ୍ଷେପ ମହିଳାମାନଙ୍କୁ ସେମାନଙ୍କ ପରିବାର ପାଇଁ ରୋଜଗାରର ବିକଳ୍ପ ଆୟ ସୃଷ୍ଟି କରିବାରେ ସହାୟତା କରିବ । ନିଜ ପରିବାରର ଆୟରେ ଯୋଗଦାନ କରିବାର କ୍ଷମତା ସେମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକ କମ୍ପାନୀ ଭାବେ ଆମେ ସ୍ଥାନୀୟ ଲୋକମାନଙ୍କ ତଥା ବିଶେଷ କରି ମହିଳାଙ୍କ ଉତ୍ଥାନ ପାଇଁ ପ୍ରତିଶ୍ରୁତିବଦ୍ଧ।“

0
0
0
s2sdefault